ଗୋଲାପୀ ନଗରୀ ଜୟପୁରକୁ ବିଶ୍ୱ ଐତିହ୍ୟସ୍ଥଳୀ ମାନ୍ୟତା ଦେଲା ୟୁନେସ୍କୋ

Advertisment
ଗୋଲାପୀ ନଗରୀ ଜୟପୁରକୁ ବିଶ୍ୱ ଐତିହ୍ୟସ୍ଥଳୀ ମାନ୍ୟତା ଦେଲା ୟୁନେସ୍କୋ

Image Source: NDTV

ନୂଆଦିଲ୍ଲୀ: ଶନିବାର ଦିନ ରାଜସ୍ଥାନର ରାଜଧାନୀ ସ୍ଥାପତ୍ୟ ନଗରୀ ଜଣାଶୁଣା ଜୟପୁର ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ ହୋଇଛି। ଅଜର୍‌ବୈଜାନ୍‌ର ରାଜଧାନୀ ବାକୁରେ ଜୁନ୍‌ ୩୦ ରୁ ଜୁଲାଇ ୧୦ ମଧ୍ୟରେ ଚାଲିଥିବା ୪୩ତମ ଅଧିବେଶନରେ ଏ ସଂକ୍ରାନ୍ତ ଘୋଷଣା କରାଯାଇଛି।

ନଗରୀର ବର୍ଣ୍ଣନା ଦେଇ ୟୁନେସ୍କୋ କହିଛି, ସହରର ନଗର ଯୋଜନା ପ୍ରାଚୀନ ହିନ୍ଦୁ ଏବଂ ଆଧୁନିକ ମୋଗଲ ତଥା ପାଶ୍ଚାତ୍ୟ ସଂସ୍କୃତିର ମିଶ୍ରିତ କୌଶଳ ପ୍ରଦର୍ଶନ କରୁଛି। ଏହାର ଆଦର୍ଶ ରାସ୍ତା ନିର୍ମାଣ ଶୈଳୀ ପାଶ୍ଚାତ୍ୟର ହୋଇଥିବା ବେଳେ ବିଭିନ୍ନ ଜିଲ୍ଲା ଗଠନ ପାରମ୍ପରିକ ହିନ୍ଦୁ ତତ୍ତ୍ୱ ଉପରେ ଆଧାରିତ।

publive-image Image Source: Zee News

ୟୁନେସ୍କୋ ଆହୁରି କହିଛି ଯେ ରାସ୍ତାରେ ଲାଗି ଲାଗି ରହିଥିବା ପ୍ରଥମ ଶ୍ରେଣୀୟ ସ୍ଥାପତ୍ୟମାଳା କେନ୍ଦ୍ରସ୍ଥଳରେ ପରସ୍ପର ସହ ମିଳିତ ହୋଇଛନ୍ତି। ଏହାର ମଧ୍ୟସ୍ଥଳୀ ହେଉଛି ସର୍ବସାଧାରଣଙ୍କ ପାଇଁ ବିରାଟ ଛକ ଯାହାକୁ ଚୌପାର କୁହାଯାଏ। ମୁଖ୍ୟରାସ୍ତା କଡ଼େ କଡ଼େ ନିର୍ମିତ ବଜାର, ଷ୍ଟଲ୍‌, ବାସଭବନ ଏବଂ ମନ୍ଦିରର ସମ୍ମୁଖ ଭାଗ ଏକା ପ୍ରକାରର।

ୟୁନେସ୍କୋର ମାନ୍ୟତାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରି ଟୁଇଟ୍‌ କରିଛନ୍ତି, ଜୟପୁର ନଗରୀ ସଂସ୍କୃତି ଓ ସୌର୍ଯ୍ୟ ସହ ଜଡ଼ିତ। ମାର୍ଜିତ ଓ ଊଚ୍ଛ୍ୱାସ ଭରା ଜୟପୁରର ଆତିଥ୍ୟତା ସବୁଆଡୁ ଲୋକଙ୍କୁ ଆକର୍ଷିତ କରେ। ୟୁନେସ୍କୋ ଦ୍ୱାରା ଏ ନଗରୀ ବିଶ୍ୱ ଐତିହ୍ୟସ୍ଥଳୀ ମାନ୍ୟତା ପାଇଥିବାରୁ ମୁଁ ଆନନ୍ଦିତ।

ଏ ଭଳି କୃତିତ୍ୱ ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ରାଜସ୍ଥାନବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏବେ ଭାରତରେ ୩୮ଟି ୟୁନେସ୍କୋର ବିଶ୍ୱ ଐତିହ୍ୟସ୍ଥଳୀ ରହିଛି। ଶନିବାର ଦିନ ୭ଟି ଦେଶ- ଭାରତ, ଇଣ୍ଡୋନେସିଆ, ଜାପାନ, ଲାଓ, ବାହାରେନ୍‌ ଏବଂ ଅଷ୍ଟ୍ରେଲିଆର ସାତଟି ସ୍ଥଳୀକୁ ବିଶ୍ୱ ଐତିହ୍ୟସ୍ଥଳୀ ମାନ୍ୟତା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe