Image Courtesy of India Today
ୱାସିଂଟନ୍: ହଲିଉଡ୍ର ପ୍ରଥମ ବିଶିଷ୍ଟ କୃଷ୍ଣକାୟ ଚଳଚ୍ଚିତ୍ର ତାରକା ସିଡ୍ନି ପାଟିଏଙ୍କର ୯୪ ବର୍ଷ ବୟସରେ ପରଲୋକ ପ୍ରାପ୍ତି ହୋଇଛି। ୧୫୦ ଏବଂ ୧୯୬୦ ଦଶକରେ ସେ ଅତ୍ୟାଧୁନିକ ତଥା ବିପ୍ଳବାତ୍ମକ ଭୂମିକାରେ ଅଭିନୟ କରି ଖୁବ୍ ଜନପ୍ରିୟ ହୋଇଥିଲେ।
ଅଫିସିଆଲ୍ ଫେସ୍ବୁକ୍ ପେଜ୍ରେ ଉପମୁଖ୍ୟମନ୍ତ୍ରୀ ଚେଷ୍ଟର୍ କୁପର୍ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବାହାମୀୟ ନାଗରିକତ୍ବ ହାସଲ କରିଥିବା ପାଟିଏ ଥିଲେ ଜଣେ ଆଦର୍ଶ, ଜଣେ ନାୟକ, ଜଣେ ପରାମର୍ଶଦାତା, ଜଣେ ସଂଗ୍ରାମୀ ଏବଂ ଜାତୀୟ ସମ୍ପଦ।
୧୯୫୮ ଦଶକ ‘ଦି ଡେଫିଏଣ୍ଟ ୱାନ୍ସ୍’ ନିମନ୍ତେ ସେ ‘ଏକାଡେମି ଆୱାର୍ଡ’ ପାଇବାରେ ଥିଲେ ପ୍ରଥମ କୃଷ୍ଣକାୟ ଚଳଚ୍ଚିତ୍ର ତାରକା। ତା’ର ୬ ବର୍ଷ ପରେ ସେ ‘ଲିଲିଜ୍ ଅଫ୍ ଦି ଲ୍ୟାଣ୍ଡ୍’ରେ ଉଚ୍ଚକୋଟୀର ଅଭିନୟ ନିମନ୍ତେ ଶ୍ରେଷ୍ଠ ଅଭିନେତା ‘ଅସ୍କାର୍’ ସମ୍ମାନ ପାଇଥିଲେ। ‘ଅସ୍କାର୍’ ହାସଲ କରିବାରେ ମଧ୍ୟ ସେ ଥିଲେ ପ୍ରଥମ କୃଷ୍ଣକାୟ ଅଭିନେତା।
Image Courtesy of The Guardian୧୯୫୦ ଏବଂ ୧୯୬୦ ଦଶକରେ ଆମେରିକାରେ ବର୍ଣ୍ଣବୈଷମ୍ୟଜନିତ ଉତ୍ତେଜନାମୟ ପରିସ୍ଥିତିକୁ ତାଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ କିଛି ମାତ୍ରାରେ ଊଣା କରିଥିଲା। ସେଥିମଧ୍ୟରୁ ତାଙ୍କ ଅଭିନୀତ ୧୯୬୭ର ପ୍ରଥମ ଶ୍ରେଣୀୟ ଚଳଚ୍ଚିତ୍ର ‘ଗେସ୍ ହୁ ଇଜ୍ କମିଙ୍ଗ୍ ଟୁ ଡିନର୍’ ଏବଂ ‘ଇନ୍ ଦି ହିଟ୍ ଅଫ୍ ଦି ନାଇଟ୍’ ଆଦି ଚଳଚ୍ଚିତ୍ର ପ୍ରଣିଧାନଯୋଗ୍ୟ।
୨୦୦୯ରେ ରାଷ୍ଟ୍ରପତି ବାରାକ୍ ଓବାମା ତାଙ୍କୁ ଆମେରିକାର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ୟୁଏସ୍ ପ୍ରେଜିଡେନ୍ସିଆଲ୍ ମେଡାଲ୍ ଅଫ୍ ଫ୍ରିଡମ୍’ ପ୍ରଦାନ କରିଥିଲେ।
୧୯୭୬ରେ ସେ ଜୋଆନାଙ୍କୁ ଦ୍ବିତୀୟ ବିବାହ କରିଥିଲେ। ତାଙ୍କର ୬ଜଣ ସନ୍ତାନ ଓ ଅସୁମାରି ନାତିନାତୁଣୀ ଓ ଅଣନାତିନାତୁଣି ଅଛନ୍ତି।
Follow Us