ଦମ୍ପତିଙ୍କ ଠାରୁ ୪୫ ପିସ୍ତଲ ଜବତ

Advertisment
ଦମ୍ପତିଙ୍କ ଠାରୁ ୪୫ ପିସ୍ତଲ ଜବତ

ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବୁଧବାର ଦିନ ୪୫ଟି ପିସ୍ତଲ ଜବତ ହୋଇଛି। ଭିଏତନାମରୁ ଆସିଥିବା ଜଣେ ଭାରତୀୟ ଦମ୍ପତିଙ୍କ ନିକଟରୁ ଏହି ପିସ୍ତଲ ମିଳିଛି। ଏହାପଛରେ ଏକ ଅନ୍ତର୍ଜାତୀୟ ଅସ୍ତ୍ର ଚାଲାଣ ରୢାକେଟ୍‌ ସକ୍ରିୟ ଥିବା ସନ୍ଦେହ କରାଯାଉଛି। ଭିଏତନାମରୁ ଆସିଥିବା ଦମ୍ପତି ୨ଟି ଟ୍ରଲି ବ୍ୟାଗ୍‌ରେ ୨୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ପିସ୍ତଲ ରଖିଥିଲେ। ସୀମାଶୁଳ୍କ ବିଭାଗ ଉକ୍ତ ପିସ୍ତଲଗୁଡ଼ିକୁ ଜବତ କରିବା ସହ ଉକ୍ତ ଦମ୍ପତିଙ୍କୁ ଗିରଫ କରାଯାଇଛି। ସେମାନେ ପୂର୍ବରୁ ମଧ୍ୟ ୧୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ୨୫ଟି ପିସ୍ତଲ ଚୋରାଚାଲାଣ କରିଥିବା ସ୍ବୀକାର କରିଛନ୍ତି। ଜବତ ହୋଇଥିବା ପିସ୍ତଲଗୁଡ଼ିକୁ ବାଲିଷ୍ଟିକ୍‌ ପରୀକ୍ଷା ପାଇଁ ପଠାଯାଇଛି। କିନ୍ତୁ ଏହା ପୂର୍ବରୁ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ବନ୍ଧୁକ ଗୁଡ଼ିକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଅଛି ଏବଂ ଏହା ବ୍ୟବହାର ହୋଇପାରିବ।

ଗିରଫ ଦମ୍ପତି ହେଉଛନ୍ତି ଜଗଜିତ ସିଂହ ଏବଂ ଜସବିନ୍ଦର କୌର। ଭିଏତନାମ ବିମାନବନ୍ଦରରେ ସେମାନଙ୍କୁ ଏହି ପିସ୍ତଲ ଜଗଜିତଙ୍କ ଭାଇ ମନଜିତ ସିଂହ ଦେଇଥିଲେ। ପ୍ୟାରିସରୁ ବିମାନରେ ଆସି ଭିଏତନାମ ବିମାନ ବନ୍ଦର‌ରେ‌ ପହଞ୍ଚିବା ପରେ ମନଜିତ ପିସ୍ତଲ ଭର୍ତ୍ତି ବ୍ୟାଗ୍ ଜଗଜିତଙ୍କୁ ଦେବାପରେ ସେଠାରୁ ଖସି ପଳାଇଥିଲେ। ଏନଆଇଏ ପକ୍ଷରୁ ଏହାର ତଦନ୍ତ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe