ଡିୟୁଟି କରୁଥିବା ସମୟ‌ରେ କୁକୁର ଆକ୍ରମଣର ଶିକାର ‌ହେଲେ ଡେଲିଭରି ବଏ: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Advertisment
ଡିୟୁଟି କରୁଥିବା ସମୟ‌ରେ କୁକୁର ଆକ୍ରମଣର ଶିକାର ‌ହେଲେ ଡେଲିଭରି ବଏ: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଲୋକମାନେ ନିଜ ଘରର ସୁରକ୍ଷା ପାଇଁ ହଉ ଆବ ସଉକ ପାଇଁ ଗୃହପାଳିତ ପଶୁପକ୍ଷୀଙ୍କୁ ପାଳିଥାଆନ୍ତି। ଏହି କ୍ରମରେ ଦେଖିବାକୁ ଗଲେ କିଛିଲୋକେ ଘରେ ଅଧିକ ହଂସ୍ର ଥିବା କୁକୁରକୁ  ବି ପାଳନ୍ତି। କିନ୍ତୁ ସମୟସମୟରେ ଏହି କୁକୁର ନିଜ ମାଲିକଙ୍କ ସହିତ ଘରକୁ ଆସୁଥିବା ଅନ୍ୟଲୋକଙ୍କୁ ବି ଆକ୍ରମଣ କରିଥିବା ଘଟଣାସାମ୍ନାକୁ ଆସିଛି। ଏମିତି ଏକ ଘଟଣା ଛତିଶଗଡ଼ର ରାୟପୁରରେ ଘଟିଛି। ଏହାର ଭିଡିଓ ବି ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଛତିଶଗଡ଼ ରାୟପୁରସ୍ଥିତ ଏକ ଘରକୁ ଡେଲିଭରି ଦେବାକୁ ଆସିଥିବା ସଲମାନ ଖାନ ନାମକ ‌ଡେଲିଭରି ବଏଙ୍କୁ କୁକୁର ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣ ସମୟରେ ସେ ଉଦ୍ଧାର କର… ଉଦ୍ଧାର କର ବୋଲି ଚିତ୍କାର କରିଥିଲେ। ଏହି ସମୟରେ କୁକୁର ମାଲିକାଣୀ କି ଘରର କୌଣସି ସଦସ୍ୟ ବାହାରକୁ ଆସି ନଥିଲେ। ବାହାରକୁ ଆସିଥିଲେ ହୁଏତ କୁକୁର ଆକ୍ରମଣରୁ ସଲମାନ ବଞ୍ଚି ଯାଇଥାଆନ୍ତେ।

ଆକ୍ରମଣ କରିଥିବା କୁକୁର ପିଟବଲ ପ୍ରଜାତିର ରହିଛି। ଯିଏକି ଖୁବ ହିଂସ୍ର। ଏହି ପ୍ରଜାତିର କୁକୁର ପାଳନ କରିବାକୁ ଅନେକ ଦେଶରେ ପ୍ରତିବନ୍ଧକ ରହିଛି। ନିକଟରେ ଭାରତ ସରକାର ବି ପିଟବଲ ପ୍ରଜାତି ସହିତ ଅନ୍ୟ ୨୫ଟି ହିଂସ୍ର ପ୍ରଜାତିର କୁକୁର ପାଳନ ନେଇ ପ୍ରତିବନ୍ଧକ ଲାଗୁ କରିଛନ୍ତି।

କୁକୁର ଆକ୍ରମଣରୁ ସଲମାନ ଖାନ ସୌଭାଗ୍ୟବଶତଃ ଖସି ଆସି ବାହାରକୁ ଚାଲି ଆସିଥିଲେ। ଏହି ସମୟରେ ତାଙ୍କ ହାତ ଓ ଗୋଡ଼ରୁ ରକ୍ତ ବାହାରୁଥିବା ସ୍ଥାନୀୟଲୋକ ଦେଖି ତାଙ୍କୁ ସାହାଯ୍ୟ କରି ପାଣି ଦେଇ ଡାକ୍ତରଖାନା ନେବାକୁ ବ୍ୟବସ୍ଥା କରିଥିଲେ। ଏଥିସହିତ କୁକୁର ପାଳିଥିବା ଘର ମାଲିକାଣୀକୁ କହିଥିଲେ, ‘କୁକୁରକୁ ସମ୍ଭାଳି ପାରୁନାହଁ ଯଦି ପାଳୁଛ କାହିଁକି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe