ରାମବିଳାସ ପାଶୱାନ୍‌ଙ୍କ ମୃତ୍ୟୁ ପରେ ପୀୟୂଷ ଗୋୟଲଙ୍କୁ ଖାଉଟି ବ୍ୟାପାର ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ

Advertisment
ରାମବିଳାସ ପାଶୱାନ୍‌ଙ୍କ ମୃତ୍ୟୁ ପରେ ପୀୟୂଷ ଗୋୟଲଙ୍କୁ ଖାଉଟି ବ୍ୟାପାର ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ବ

Image Courtesy of Hindustan Times

ନୂଆଦିଲ୍ଲୀ: ଶୁକ୍ରବାର ଦିନ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଖାଉଟି ବ୍ୟାପାର, ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରାଳୟ ଦାୟିତ୍ବ ଦିଆଯାଇଛି। ପୂର୍ବରୁ ଲୋକ ଜନଶକ୍ତି ପାର୍ଟିର ନେତା ସ୍ବର୍ଗତ ରାମବିଳାସ ପାଶୱାନ୍‌ ଏହି ଦାୟିତ୍ବରେ ଥିଲେ।

ଶୁକ୍ରବାର ଦିନ ରାଷ୍ଟ୍ରପତି ଭବନରୁ ପ୍ରକାଶିତ ଏକ ଆନୁଷ୍ଠାନିକ ବିବୃତିରେ କୁହାଯାଇଛି ଯେ, ସାମ୍ପ୍ରତିକ ଦାୟିତ୍ବ ସହ ଗୋୟଲ୍‌ଙ୍କୁ ଖାଉଟି ବ୍ୟାପାର, ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରାଳୟ ଦାୟିତ୍ବ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିର୍ଦେଶ ଦେଇଛନ୍ତି।

ସମ୍ପ୍ରତି ‌ଗୋୟଲ୍ ଏନ୍‌ଡିଏ ନେତୃତ୍ବାଧୀନ ସରକାରରେ ରେଳ ମନ୍ତ୍ରୀ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଦାୟିତ୍ବ ନିର୍ବାହ କରୁଛନ୍ତି।

publive-image Image Courtesy of Zee News

ଗତ ଅଳ୍ପ କେତେ ସପ୍ତାହ ହେବ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ରାମବିଳାସ ପାଶୱାନ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀର ‘ଏମ୍‌ସ୍‌’ରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

ଆଜି ପୂର୍ବାହ୍ନରେ କେନ୍ଦ୍ର କ୍ୟାବିନେଟ୍ ସ୍ବର୍ଗତ ପାଶୱାନଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ଆୟୋଜନ କରିଥିଲା। ସ୍ବର୍ଗତଃ ନେତାଙ୍କ ସ୍ମୃତିରେ କ୍ୟାବିନେଟ୍‌ ସଦସ୍ୟମାନେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ।

ପାସୱାନଙ୍କ ନିମନ୍ତେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତ୍ୟେଷ୍ଟିକ୍ରିୟାକୁ କ୍ୟାବିନେଟ୍ ଅନୁମୋଦନ କରିବା ସହ ଏକ ପ୍ରସ୍ତାବନା ମଞ୍ଜୁର କରିଥି‌ଲା। ପ୍ରସ୍ତାବନାରେ ଉଲ୍ଲେଖ କରାଯାଇଥିଲା ଯେ, କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ‌ମନ୍ତ୍ରୀ ରାମବିଳାସ ପାଶୱାନଙ୍କ ଦୁଃଖଦ ବିୟୋଗରେ କ୍ୟାବିନେଟ୍‌ ଗଭୀର ଶୋକ ପ୍ରକାଶ କରୁଛି। ତାଙ୍କ ମୃତ୍ୟୁ ଯୋଗୁଁ ଜାତି ଜଣେ ପ୍ରଖ୍ୟାତ ନେତା, ସୁପରିଚିତ ସାଂସଦ ଏବଂ ଦକ୍ଷ ଶାସକଙ୍କୁ ହରାଇଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe