indiatoday
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ହେବ ଅସ୍ତ୍ରୋପଚାର | କିଡନିରେ ଷ୍ଟୋନ୍ ହୋଇଥିବାରୁ ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ସେ ଜଣାଇଛନ୍ତି। ବିଜେପି ନେତା ଶୁକ୍ରବାର ଏକ ଟୁଇଟ୍ ଜରିଆରେ ଏହି ଘୋଷଣା କରିଛନ୍ତି।
ପୀୟୂଷ ଗୋୟଲ ଟୁଇଟରରେ ଘୋଷଣା କରିଛନ୍ତି ଯେ, “ମୁଁ କିଡନିରେ ହୋଇଥିବା ଷ୍ଟୋନକୁ ହଟାଇବା ପାଇଁ ଅସ୍ତ୍ରୋପଚାର କରାଇବି। ଶୀଘ୍ର ଫେରିବି। ”
ଗତ ଶୁକ୍ରବାର ଦିନ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଖାଉଟି ବ୍ୟାପାର, ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରାଳୟ ଦାୟିତ୍ବ ଦିଆଯାଇଥିଲା। ପୂର୍ବରୁ ଲୋକ ଜନଶକ୍ତି ପାର୍ଟିର ନେତା ସ୍ବର୍ଗତ ରାମବିଳାସ ପାଶୱାନ୍ ଏହି ଦାୟିତ୍ବରେ ଥିଲେ।
ଏହା ସହ ପିଏମ୍ଓ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୋଦୀ କ୍ୟାବିନେଟ୍ରେ ସବୁଠୁ ଧନୀ ମନ୍ତ୍ରୀ ପୀୟୁଷ ଗୋୟଲ ବୋଲି ଜଣାପଡ଼ିଥିଲା। ଗୋୟଲଙ୍କ ସହ ତାଙ୍କ ପତ୍ନୀଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୭୮.୨୭ କୋଟି ଟଙ୍କା। ପୀୟୁଷ ଗୋୟଲଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୭.୪୭ କୋଟି ଥିବା ବେଳେ ତାଙ୍କ ପତ୍ନୀ ସୀମା ଗୋୟଲ ତାଙ୍କଠାରୁ ଅଧିକ ଧନୀ। ସୀମା ଗୋୟଲଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୫୦.୩୪ କୋଟି ଟଙ୍କା।
Follow Us