କଂଗ୍ରେସରେ ସାମିଲ ହେବେନି ପିକେ: ଦଳର ପ୍ରସ୍ତାବ ପ୍ରତ୍ୟାଖ୍ୟାନ କଲେ

Advertisment

ନେତୃତ୍ବ ସମସ୍ୟା, ସାଂଗଠନିକ ଦୁର୍ବଳତା ସୁଧାରିବାକୁ କହିଲେ

ନେତୃତ୍ବ ସମସ୍ୟା, ସାଂଗଠନିକ ଦୁର୍ବଳତା ସୁଧାରିବାକୁ କହିଲେ

ସୋନିଆ ଗାନ୍ଧୀଙ୍କ ଘରେ ବରିଷ୍ଠ କଂଗ୍ରେସ ନେତାଙ୍କ ସହିତ ପ୍ରଶାନ୍ତ କିଶୋରଙ୍କ ବୈଠକ

Image Courtesy of NDTV

ନୂଆଦିଲ୍ଲୀ: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) କଂଗ୍ରେସରେ ଯୋଗ ଦେବେନାହିଁ। ଦଳରେ ଯୋଗ ଦେବା ନେଇ କଂଗ୍ରେସ ଦେଇଥିବା ପ୍ରସ୍ତାବକୁ ଆଜି ପ୍ରଶାନ୍ତ ପ୍ରତ୍ୟାଖ୍ୟାନ କରିଛନ୍ତି। କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୂର୍ଯେୱାଲା ଆଜି ଏକ ଟ୍ବିଟ୍‌ କରି ଏ ବାବଦ ସୂଚନା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରଶାନ୍ତ କିଶୋରଙ୍କ ସହ ଆଲୋଚନା କରିବାପରେ ତାଙ୍କୁ କ୍ଷମତାସମ୍ପନ୍ନ କମିଟି (ଏମ୍ପାୱାର୍‌ଡ ଆକ୍ସନ୍‌ ଗ୍ରୁପ୍‌) -୨୦୨୪ ରେ ସାମିଲ ହେବା ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ପ୍ରଶାନ୍ତ କିଶୋର ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ଏକ ଟ୍ବିଟ୍‌ କରି କହିଛନ୍ତି, ମୁଁ କଂଗ୍ରେସରେ ଯୋଗ ଦେଉନାହିଁ କିମ୍ବା ଏହାର ନିର୍ବାଚନ ଦାୟିତ୍ବ ନେଉନାହିଁ। ଏହା ସହିତ ଦଳର ନେତୃତ୍ବ ସମସ୍ୟା ଏବଂ ଅତି ଜଟିଳ ସ୍ଥିତିକୁ ଚାଲିଯାଇଥବା ସାଂଗଠନିକ ଦୁର୍ବଳତାକୁ ସୁଧାରିବା ପାଇଁ ସେ କଂଗ୍ରେସକୁ ପରାମର୍ଶ ଦେିଛନ୍ତି।

ସୂଚନାଯୋଗ୍ୟ, ଦଳର ନିର୍ବାଚନ ଦାୟିତ୍ବ ନେବାକୁ ଏବଂ କଂଗ୍ରେସରେ ସାମିଲ ହେବାକୁ ସୋନିଆ ଗାନ୍ଧି ପିକେଙ୍କୁ ପ୍ରସ୍ତାବ ଦେଇଥିଲେ। ପିକେ ମଧ୍ୟ ଏ ବାବଦରେ ଗାନ୍ଧି ପରିବାର ସହ ବହୁବାର ଆଲୋଚନା କରିବା ସହ ୬୦୦ ପୃଷ୍ଠାର ଏକ ପ୍ରେଜେଣ୍ଟେସନ ଦେଇଥିଲେ। ଆଜି ପିକେ କହିଛନ୍ତି, ମୋ ମତରେ ମୋ ଅପେକ୍ଷା କଂଗ୍ରେସକୁ ପରିବର୍ତ୍ତନଶୀଳ ସଂସ୍କାର ମାଧ୍ୟମରେ ଅନେକ ବଡ଼ ପଦକ୍ଷେପ ନେବା ଆବଶ୍ୟକ । ଦଳକୁ ପୁର୍ନଜୀବିତ କରିବାପାଇଁ ପ୍ରଶାନ୍ତ କିଶୋର କଂଗ୍ରେସ ନେତୃବୃନ୍ଦଙ୍କ ନିକଟରେ ଯେଉଁ ଆକ୍ସନ୍‌ ପ୍ଲାନ୍‌ ଉପସ୍ଥାପନ କରିଥିଲେ ତାହାକୁ ନେଇ ଦଳରେ ସହମତି ହୋଇପାରିନଥିବା କୁହାଯାଉଛି। କଂଗ୍ରେସର ବିଭିନ୍ନ ରାଜ୍ୟ ସଂଗଠନ ମଧ୍ୟ ପିକେଙ୍କ ରଣନୀତିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥବା ସୂଚନା ମିଳିଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe