ତିବ୍ଦତ ସୀମାନ୍ତର ସ୍ଥଳ ଭାଗରେ ସାମରିକ ସମରାଭ୍ୟାସ କରି ନିଜ ଶକ୍ତିର ଆକଳନ କରୁଛି ଚୀନ୍‌

ତିବ୍ଦତ ସୀମାନ୍ତର ସ୍ଥଳ ଭାଗରେ ସାମରିକ ସମରାଭ୍ୟାସ କରି ନିଜ ଶକ୍ତିର ଆକଳନ କରୁଛି ଚୀନ୍‌

ବେଜିଂ: ଚୀନ୍‌ ସେନା, ପିପୁଲସ୍‌ ଲିବରେସନ୍‌ ଆର୍ମି (ପିଏଲ୍‌ଏ)ର ଏକ ସ୍ୱତନ୍ତ୍ର ଫୋର୍ସ ପକ୍ଷରୁ ଆଜି (ଶୁକ୍ରବାର) ତିବ୍ଦତର ସ୍ଥଳ ଭାଗରେ ଏକ ବଡ଼ ଧରଣର ସାମରିକ ସମରାଭ୍ୟାସ ଆୟୋଜିତ ହୋଇଛି। ସ୍ଥଳ ଯୁଦ୍ଧରେ ନିଜର ଶକ୍ତି ଆକଳନ କରିବା ଉଦ୍ଦେଶ୍ୟରେ ଚୀନ୍‌ ସେନା ପକ୍ଷରୁ ତିବ୍ଦତରେ ଏହି ସମରାଭ୍ୟାସ କରାଯାଇଥିବା କୁହାଯାଉଛି। ଏହି ସମରାଭ୍ୟାସରେ ଚୀନ୍‌ର ସାମରିକ ହେଲିକପ୍ଟରର ପାଇଲଟମାନଙ୍କୁ ମଧ୍ୟ ସାମିଲ କରାଯିବା ସହ ସମୁଦ୍ର ପତନ ଠାରୁ ୪୦୦ ମିଟର ଉଚ୍ଚତାରେ ରହିଥିବା ଏହି ସୀମାନ୍ତ କ୍ଷେତ୍ରର ସ୍ଥଳ ଭାଗରେ ଏମାନଙ୍କର ଦକ୍ଷତା କେତେ ତାହାକୁ ମଧ୍ୟ ଏହି ସାମରିକ ସମରାଭ୍ୟାସ କାଳରେ ପରୀକ୍ଷା କରି ଦେଖାଯାଇଛି ପିଏଲ୍‌ଏର ମୁଖପତ୍ର ‘ଦ ଡେଲି’ ପ୍ରକାଶ କରିଛି।

publive-image

ଏହି ସାମରିକ ସମରାଭ୍ୟାସ କାଳରେ ଉଭୟ ଯବାନ ଓ ପାଇଲଟ୍‌ମାନଙ୍କୁ ହେଲିକପ୍ଟରରୁ ତଳକୁ ଓହ୍ଲାଇ ଏହି ସାମରିକ ସମରାଭ୍ୟାସ କରିଛି ଚୀନ୍‌। ଗତ ୧୫ ଦିନ ମଧ୍ୟରେ ତିବ୍ଦତରେ ଚୀନ୍‌ର ଏହା ଦ୍ୱିତୀୟ ସାମରିକ ସମରାଭ୍ୟାସ। ପ୍ରଥମ ଥର ଗତ ଜୁନ୍‌ ୨୯ରେ ହିମାଳୟ ଅଞ୍ଚଳରେ ରହିଥିବା ଏହି ଭାରତୀୟ ସୀମାନ୍ତରେ ଚୀନ୍‌ ନିଜର ପ୍ରଥମ ସମରାଭ୍ୟାସ କରିଥିଲା। ଭାରତ ସୀମାକୁ ଲାଗି ରହିଥିବା ଦୀର୍ଘ ୩୪୮୮ କିମି ବ୍ୟାପି ସୀମାନ୍ତର ସ୍ଥଳଭାଗରେ କରିଥିବା ଏହି ସମରାଭ୍ୟାସକୁ ଭାରତ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛି। ଅନ୍ୟ ପକ୍ଷରେ ଏହି ସାମରିକ ସମରାଭ୍ୟାସ ଜରିଆରେ ଭାରତ ସହ ନିଜ ଶକ୍ତିର ଏକ ତୁଳନାତ୍ମକ ଆକଳନ କରୁଛି ବୋଲି ପ୍ରକାଶ କରିଛି ପିଏଲ୍‌ଏର ମୁଖପତ୍ର ‘ଦ ଡେଲି’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe