ସମରାଭ୍ୟାସରେ ତାଇୱାନ୍‌ ଚତୁଃପାର୍ଶ୍ବରେ ଦୂରଗାମୀ ରକେଟ୍‌ କମାଣ ଓ ସାଧାରଣ କ୍ଷେପଣାସ୍ତ୍ର ନିକ୍ଷେପ କରୁଛି ‘ପିଏଲ୍‌ଏ’

Advertisment
ସମରାଭ୍ୟାସରେ ତାଇୱାନ୍‌ ଚତୁଃପାର୍ଶ୍ବରେ ଦୂରଗାମୀ ରକେଟ୍‌ କମାଣ ଓ ସାଧାରଣ କ୍ଷେପଣାସ୍ତ୍ର ନିକ୍ଷେପ କରୁଛି ‘ପିଏଲ୍‌ଏ’

Image Courtesy of Global Times

ନୂଆଦିଲ୍ଲୀ: ଗୁରୁବାର ଦିନ ଚୀନ୍‌ର ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ ତାଇୱାନ୍‌ ଦ୍ବୀପ ଚତୁଃପାର୍ଶ୍ବରେ ଆରମ୍ଭ କରିଥିବା ବ୍ୟାପକ ସମରାଭ୍ୟାସରେ ଦୂରଗାମୀ ରକେଟ୍‌ କମାଣ ଏବଂ ସାଧାରଣ କ୍ଷେପଣାସ୍ତ୍ର ନିକ୍ଷେପ କରୁଛି ବୋଲି ରାଷ୍ଟ୍ରାୟତ ସମ୍ବାଦପତ୍ର ‘ଗ୍ଲୋବାଲ୍‌ ଟାଇମ୍‌ସ୍‌’ ରିପୋର୍ଟ କରିଛି।

ତାଇୱାନ୍‌ ପ୍ରଣାଳୀର ପୂର୍ବ ପ୍ରାନ୍ତରେ ନିର୍ଦ୍ଧାରିତ ଅଞ୍ଚଳ‌ ଆଡ଼କୁ ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ ଦୂରଗାମୀ ରକେଟ୍‌ କମାଣ ନିକ୍ଷେପ କରୁଥିବା ବେଳେ ତାଇୱାନ୍‌ ଦ୍ବୀପର ପୂର୍ବ ପ୍ରାନ୍ତ ଅନ୍ତର୍ଗତ ନିର୍ଦ୍ଧାରିତ ଜଳରାଶି ମଧ୍ୟକୁ ସାଧାରଣ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ମଧ୍ୟାହ୍ନ ୧୨ଟା ବେଳେ ସମରାଭ୍ୟାସ ଆରମ୍ଭ ହେବା ପରେ ଜାରି କରିଥିବା ପ୍ରେସ୍‌ ରିଲିଜ୍‌ରେ ‘ପିଏଲ୍‌ଏ’ ‘ଇଷ୍ଟର୍ଣ୍ଣ ଥିଏଟର୍‌ କମାଣ୍ଡ୍‌’ ଘୋଷଣା କରିଛି ଯେ, ଦିନ ପ୍ରାୟ ୧ଟା ବେଳେ ସେନା ‘ଲାଇଭ୍‌-ଫାୟାର୍‌ ସୁଟିଙ୍ଗ୍‌’ ଅଭ୍ୟାସ ଆରମ୍ଭ କରି ତାଇୱାନ୍‌ ପ୍ରଣାଳୀ ମଧ୍ୟକୁ ଦୂରଗାମୀ କମାଣ ନିକ୍ଷେପ କରିଥିଲା। ସେଗୁଡ଼ିକ ନିର୍ଦ୍ଧାରିତ ଲକ୍ଷଭେଦ କରିବା ପରେ ପରିଣାମ ଯାହା ହେବ ବୋଲି ଆଶା କରାଯାଉଥିଲା ତାହା ହିଁ ହେଲା।

publive-image Image Courtesy of The Japan Times

ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଭିଡିଓ କ୍ଲିପ୍‌ଗୁଡ଼ିକରେ ଦେଖାଯାଉଛି ଯେ, ତାଇୱାନ୍‌ ଦ୍ବୀପଠାରୁ ମାତ୍ର ୧୨୫ କିଲୋମିଟର୍‌ ଦୂରରେ ଥିବା ପୂର୍ବ ଚୀନ୍‌ ଅନ୍ତର୍ଗତ ଫୁଜିଆନ୍‌ ପ୍ରଦେଶର ପିଙ୍ଗ୍‌ତାନ୍‌ରୁ ଦୂରଗାମୀ ରକେଟ୍‌ କମାଣ ନିକ୍ଷେପ କରାଯାଉଛି।

ଅପରାହ୍ଣରେ ‘ପିଏଲ୍‌ଏ’ ‘ଇଷ୍ଟର୍ଣ୍ଣ ଥିଏଟର୍‌ କମାଣ୍ଡ୍‌’ ତାଇୱାନ୍‌ ଦ୍ବୀପର ପୂର୍ବ ପ୍ରାନ୍ତ ଅନ୍ତର୍ଗତ କେତେକ ନିର୍ଦ୍ଧାରିତ ସମୁଦ୍ର ଅଞ୍ଚଳ ମଧ୍ୟକୁ ଏକାଧିକ ପ୍ରକାରର ସାଧାରଣ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ‘ପିଏଲ୍‌ଏ’ ‘ଇଷ୍ଟର୍ଣ୍ଣ ଥିଏଟର୍‌ କମାଣ୍ଡ୍‌’ର ମୁଖପାତ୍ର ବରିଷ୍ଠ କର୍ଣ୍ଣେଲ୍‌ ଶି’ ୟି’ ଦେଇଥିବା ବିବୃତିରେ କହିଛନ୍ତି।

ପର୍ଯ୍ୟବେକ୍ଷକମାନଙ୍କ କହିବା ଅନୁସାରେ, ଏହାର ଅର୍ଥ ହେଉଛି, ସମ୍ଭବତଃ ଚୀନା ମେନ୍‌ଲାଣ୍ଡ୍‌ରୁ ନିକ୍ଷେପ କରାଯାଇଥିବା ଉକ୍ତ କ୍ଷେପଣାସ୍ତ୍ର ସବୁ ତାଇୱାନ୍‌ ଦ୍ବୀପ ଉପର ଦେଇ ଅପରପାର୍ଶ୍ବରେ ଥିବା ସମୁଦ୍ର ଜଳରାଶିରେ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe