ପୂଜାସ୍ଥଳୀ ଆଇନ : ମନ୍ଦିର, ମସଜିଦ ସର୍ଭେ ଉପରେ ସାମୟିକ ସ୍ଥଗିତାଦେଶ

ପୂଜାସ୍ଥଳୀ ଆଇନ ୧୯୯୧ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ୪ ସପ୍ତାହ ପରେ ଏହାର ଶୁଣାଣି ହେବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ସଂଜୀବ ଖନ୍ନା କହିଛନ୍ତି।

ଅଦ୍ୟତନ ହୋଇଛି
SC india

ନୂଆଦିଲ୍ଲୀ: ପୂଜାସ୍ଥଳୀ ଆଇନ ୧୯୯୧ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ୪ ସପ୍ତାହ ପରେ ଏହାର ଶୁଣାଣି ହେବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ସଂଜୀବ ଖନ୍ନା କହିଛନ୍ତି। ଏହି ସମୟମଧ୍ୟରେ ଏହି ଆଇନକୁ ଚ୍ୟାଲେଞ୍ଜ କରିବା ପାଇଁ ଆଉ କୌଣସି ପିଟିସନ ଦାଖଲ କରାଯିବ ନାହିଁ। 

ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ କହିଛନ୍ତି ଯେ ଯେପର୍ଯ୍ୟନ୍ତ ସୁପ୍ରିମ୍ କୋର୍ଟ ଏହି ମାମଲାର ଶୁଣାଣି କରୁଛନ୍ତି। ସେ ପର୍ଯ୍ୟନ୍ତ କୌଣସି ଅଦାଲତ ଏହି ଆଇନକୁ ନେଇ କୌଣସି ଚୂଡ଼ାନ୍ତ ଆଦେଶ ଦେବା ଉଚିତ ନୁହେଁ। ସେମାନେ ସର୍ଭେ ସମ୍ପର୍କରେ କୌଣସି ନିର୍ଦ୍ଦେଶ ଦେବେ ନାହିଁ। ଅର୍ଥାତ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ମନ୍ଦିର ମସଜିଦ ସର୍ଭେ । ଏହା ସହିତ କୋର୍ଟ ଏ ମାମଲାରେ 

ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ କହିଛନ୍ତି ଯେ ଯେପର୍ଯ୍ୟନ୍ତ ସୁପ୍ରିମ୍ କୋର୍ଟ ଏହି ମାମଲାର ଶୁଣାଣି କରୁଛନ୍ତି। ସେ ପର୍ଯ୍ୟନ୍ତ କୌଣସି ଅଦାଲତ ଏହି ଆଇନକୁ ନେଇ କୌଣସି ଚୂଡ଼ାନ୍ତ ଆଦେଶ ଦେବା ଉଚିତ ନୁହେଁ। ସେମାନେ ସର୍ଭେ ସମ୍ପର୍କରେ କୌଣସି ନିର୍ଦ୍ଦେଶ ଦେବେ ନାହିଁ। ଅର୍ଥାତ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ମନ୍ଦିର ମସଜିଦ ସର୍ଭେ । 

ନିକଟରେ ଉତ୍ତରପ୍ରଦେଶର ସମ୍ଭାଲରେ ମଧ୍ୟ ସମାନ ବିବାଦ ଉପୁଜିଥିଲା। ସ୍ଥାନୀୟ ଅଦାଲତ ସ୍ଥାନୀୟ ଜମା ମସଜିଦ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସର୍ବେକ୍ଷଣ କରିବାକୁ ପ୍ରଶାସନର ଅଧିକାରୀମାନେ ପହଞ୍ଚିଥିଲେ। ଏହି ସମୟରେ କିଛି ଗୁଜବକୁ ନେଇ ହିଂସା କାଣ୍ଡ ଘଟିଥିଲା। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ପୂଜାସ୍ଥଳୀ ଆଇନକୁ ଚର୍ଚ୍ଚା ଆରମ୍ଭ ହୋଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe