ମହାକୁମ୍ଭରେ ଆକ୍ରମଣ ଲାଗି ଷଡ଼ଯନ୍ତ୍ର ହୋଇଥିଲା, କହିଲା ଗିରଫ ଆତଙ୍କବାଦୀ

Advertisment

ଗୁଜରାଟ ପୁଲିସର ଏଟିଏସ୍ ଓ ହରିୟାଣା ଏସଟିଏଫ୍ ର ମିଳିତ ଅପରେସନରେ ଧରାପଡ଼ିଥିବା ଆଇଏସ-କେପି ଆତଙ୍କବାଦୀ ଅବଦୁଲ ରେହମାନକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ଅଯୋଧ୍ୟାରେ ରାମ ମନ୍ଦିର ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିବା ବ୍ୟତୀତ ପ୍ରୟାଗରାଜ କୁମ୍ଭମେଳାରେ ଆକ୍ରମଣ ଷଡ଼ଯନ୍ତ୍ର କରାଯାଇଥିବା ସେ କହିଛି ।

ଗୁଜରାଟ ପୁଲିସର ଏଟିଏସ୍ ଓ ହରିୟାଣା ଏସଟିଏଫ୍ ର ମିଳିତ ଅପରେସନରେ ଧରାପଡ଼ିଥିବା ଆଇଏସ-କେପି ଆତଙ୍କବାଦୀ ଅବଦୁଲ ରେହମାନକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ଅଯୋଧ୍ୟାରେ ରାମ ମନ୍ଦିର ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିବା ବ୍ୟତୀତ ପ୍ରୟାଗରାଜ କୁମ୍ଭମେଳାରେ ଆକ୍ରମଣ ଷଡ଼ଯନ୍ତ୍ର କରାଯାଇଥିବା ସେ କହିଛି ।

kumbh

ନୂଆଦିଲ୍ଲୀ: ଗୁଜରାଟ ପୁଲିସର ଏଟିଏସ୍ ଓ ହରିୟାଣା ଏସଟିଏଫ୍ ର ମିଳିତ ଅପରେସନରେ ଧରାପଡ଼ିଥିବା ଆଇଏସ-କେପି ଆତଙ୍କବାଦୀ ଅବଦୁଲ ରେହମାନକୁ ନେଇ ଏକ ବଡ଼ ଖୁଲାସା ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଅଯୋଧ୍ୟାରେ ରାମ ମନ୍ଦିର ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିବା ବ୍ୟତୀତ ପ୍ରୟାଗରାଜ କୁମ୍ଭମେଳା ସମୟରେ ଅଶାନ୍ତି ସୃଷ୍ଟି କରିବା ମଧ୍ୟ ଅବଦୁଲ ରେହମାନର ଉଦ୍ଦେଶ୍ୟ ଥିଲା। ତେବେ ପ୍ରୟାଗରାଜରେ ବ୍ୟାପକ ପୁଲିସ ମୁତୟନ ଯୋଗୁଁ ଅବଦୁଲ ରେହମାନର ଯୋଜନା ବିଫଳ ହୋଇଥିଲା। ଅବଦୁଲ ରେହମାନ ମଧ୍ୟ ହାୱାଲା ଜରିଆରେ ଆତଙ୍କବାଦୀ ଆକ୍ରମଣ ପାଇଁ ଅର୍ଥ ଯୋଗାଉଥିଲା। ଏବେ ଏଜେନ୍ସିମାନେ ତା ଟଙ୍କା କାରବାର ଉପରେ ତଦନ୍ତ କରୁଛନ୍ତି ।  ଅବଦୁଲ ରେହମାନ ପ୍ରାୟ ଦେଢ଼ ବର୍ଷ ହେବ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ ଆଇ ସହ ଯୋଗାଯୋଗରେ ଥିଲା।

ଅବଦୁଲ ରେହମାନ ମଧ୍ୟ ହାୱାଲା ଜରିଆରେ ଆତଙ୍କବାଦୀ ଆକ୍ରମଣ ପାଇଁ ଅର୍ଥ ଯୋଗାଉଥିଲା। ଏବେ ଏଜେନ୍ସିମାନେ ତା ଟଙ୍କା କାରବାର ଉପରେ ତଦନ୍ତ କରୁଛନ୍ତି ।  ସେ ପ୍ରାୟ ଦେଢ଼ ବର୍ଷ ହେବ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଯୋଗାଯୋଗରେ ଥିଲା।

ଅବ୍ଦୁଲ ରେହମାନ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ପାକିସ୍ତାନର ଆଇଏସଆଇ ଏବଂ ଭାରତରେ ଏହାର ଘୃଣା ପ୍ରସାର କରୁଥିବା ବ୍ୟକ୍ତିଙ୍କ ସହ ଯୋଡ଼ି ହୋଇଥିଲେ । ଏହାପରେ ଅବଦୁଲ ରେହମାନ ନିଜ ଇନଷ୍ଟାଗ୍ରାମରେ ତାଲିବାନ ସହ ଜଡିତ ଅନେକ ପୋଷ୍ଟ ପୋଷ୍ଟ କରିଥିଲା । ଏହାପରେ ତାକୁ ପାକିସ୍ତାନୀ ଆଇଏସଆଇ ଇନଷ୍ଟାଗ୍ରାମ ମାଧ୍ୟମରେ ନିଯୁକ୍ତି ଦେଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ଏହି ସମୟରେ ଅବଦୁଲ ରେହମାନକୁ ହାଓ୍ଵାଲା ଜରିଆରେ କିଛି ଟଙ୍କା ମଧ୍ୟ ମିଳିଥିଲା। ଏହି ଟଙ୍କା କାରବାରର ତଦନ୍ତ ପାଇଁ ତାକୁ ପଚରାଉଚରା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe