ଅଯୋଧ୍ୟା ରାମ ମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର, ସଂଦିଗ୍ଧ ଗିରଫ

ଅଯୋଧ୍ୟାର ପ୍ରସିଦ୍ଧ ରାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିଛି । ଗୁଜରାଟ ଏଟିଏସ୍ ଫରିଦାବାଦ ଏସଟିଏଫ ସହାୟତାରେ ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତି ଥିବା ସନ୍ଦେହରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି।

ram temple

ଫରିଦାବାଦ : ଅଯୋଧ୍ୟାର ପ୍ରସିଦ୍ଧ ରାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିଛି । ଗୁଜରାଟ ଏଟିଏସ୍ ଫରିଦାବାଦ ଏସଟିଏଫ ସହାୟତାରେ ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତି ଥିବା ସନ୍ଦେହରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ସନ୍ଦିଗ୍ଧଙ୍କ ନିକଟରୁ ଦୁଇଟି ହ୍ୟାଣ୍ଡଗ୍ରେନେଡ୍ ଜବତ ହୋଇଥିବା ବେଳେ ଫରିଦାବାଦରେ ସୁରକ୍ଷା ଏଜେନ୍ସି ଗ୍ରେନେଡ୍ କୁ ନିଷ୍କ୍ରିୟ କରିଛି। ତଦନ୍ତରୁ ରାମ ମନ୍ଦିରକୁ ଟାର୍ଗେଟ କରିବାକୁ ଷଡ଼ଯନ୍ତ୍ର ହୋଇଥିବା ଜଣାପଡ଼ିଛି ।

ଅବଦୁଲ ରେହମାନ ହେଉଛି ୟୁପିର ବାସିନ୍ଦା, ଯାହାକୁ ରବିବାର ଗିରଫ କରାଯାଇଥିଲା। ଗୁଜରାଟ ଏଟିଏସ୍ ସନ୍ଦିଗ୍ଧକୁ ଗୁଜୁରାଟ ନେଇ ପଚରାଉଚରା ଜାରି ରଖିଛି। ତା’ ନିକଟରୁ ଉଗ୍ରବାଦୀ ସାମଗ୍ରୀ ମଧ୍ୟ ଜବତ କରାଯାଇଛି, ଯାହା ଆତଙ୍କବାଦୀ କାର୍ଯ୍ୟକଳାପକୁ ନିଶ୍ଚିତ କରିପାରିବ।

ମିଳିଥିବା ସୂଚନା ଅନୁଯାୟୀ ଅବଦୁଲ ରେହମାନ ଆଇଏସଆଇ ସହ ଯୋଗାଯୋଗରେ ଥିଲା । ସେ ଫୈଜାବାଦରେ ଏକ ମଟନ ଦୋକାନ ଚଳାଉଥିଲା ଏବଂ ଅଟୋ ଡ୍ରାଇଭର ଭାବରେ ମଧ୍ୟ କାମ କରୁଥିଲା । ଏହି ଷଡ଼ଯନ୍ତ୍ରର ଏକ ଅଂଶ ଭାବରେ ସେ ଅନେକ ଥର ଅଯୋଧ୍ୟାର ରାମ ମନ୍ଦିରର ରେକି କରିଥିଲା ଏବଂ ସମସ୍ତ ସୂଚନା ପାକିସ୍ତାନ ଆଇଏସଆଇକୁ ବାଣ୍ଟିଥିଲା । ଫୈଜାବାଦରୁ ଟ୍ରେନ୍ ଯୋଗେ ଅବଦୁଲ ଫରିଦାବାଦରେ ପହଞ୍ଚି ଜଣେ ହ୍ୟାଣ୍ଡଲର ଠାରୁ ହ୍ୟାଣ୍ଡଗ୍ରେନେଡ୍ ନେଇଥିଲା, ଯାହା ପରେ ସେ ଅଯୋଧ୍ୟା ଫେରିବାକୁ ପ୍ରସ୍ତୁତ ହେଉଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe