ବିମାନକୁ ଧକ୍କା ଦେଲା ଟ୍ୟାଙ୍କର

Advertisment
ବିମାନକୁ ଧକ୍କା ଦେଲା ଟ୍ୟାଙ୍କର

ନୂଆଦିଲ୍ଲୀ, କୋଲକାତା ବିମାନ ବନ୍ଦରରେ ଶତାଧିକ ଯାତ୍ରୀଙ୍କୁ ନେଇ ଯାଉଥିବା କତାର ଏୟାରୱେଜ୍‌ର ଏକ ବିମାନ ସହ ଆଜି ଏକ ପାଣି ଟ୍ୟାଙ୍କର ଧକ୍କା ହୋଇଥିଲା। ବିମାନଟି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ମାମଲାର ତଦନ୍ତ ଆରମ୍ଭ ହୋଇଛି। ଆଜି ଭୋର୍‌ ୩ଟା ସମୟରେ ଏହି ଦୁର୍ଘଟଣା ଘଟିଛି ଏବଂ ବିମାନ ଦୋହା ଅଭିମୁଖେ ଉଡ଼ାଣ ଆରମ୍ଭ କରିବା ପୂର୍ବରୁ ପାଣି ଟ୍ୟାଙ୍କର ଆସି ବିମାନରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ପରେ ବିମାନକୁ ପୁଣି ଅବତରଣ କରାଯାଇ ଆବଶ୍ୟକ ଯାଞ୍ଚ କରାଯାଇଛି । ବିମାନରେ ଥିବା ସମସ୍ତ ୧୦୩ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe