Image Courtesy of India Today
ପାଟନା: ୨୨ଜଣ ଯାତ୍ରୀଙ୍କୁ ନେଇ ନେପାଳର ପୋଖରାରୁ ଜୋମ୍ସୋମ୍ ଅଭିମୁଖେ ଯାଉଥିବା ଏକ ବିମାନ ସହ ଆଜି ସକାଳୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା କଥା ବିମାନ ବନ୍ଦର କର୍ତ୍ତୃପକ୍ଷମାନେ କହିଛନ୍ତି।
ରାଡାର୍ରୁ ନିଖୋଜ ହୋଇଯାଇଥିବା ବିମାନରେ ୪ଜଣ ଭାରତୀୟ ଓ ୧ ଜଣ ବିଦେଶୀ ନାଗରିକ ଥିଲେ। ବାକି ଯାତ୍ରୀମାନେ ନେପାଳର ନାଗରିକ ବୋଲି ନେପାଳ ସରକାରଙ୍କ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।
ଅନ୍ୟ ଏକ ରିପୋର୍ଟ ଅନୁସାରେ, ଉକ୍ତ ବିମାନରେ ୩ଜଣ ଜାପାନୀ ନାଗରିକ ଥିଲେ।
Image Courtesy of Republic Worldପ୍ରାପ୍ତ ସୂଚନା ଅନୁସାରେ, ‘ତାରା ଏୟାର୍’ର ୯ଏନ୍ଏଇଟି ଦ୍ବୈତ-ଇଞ୍ଜିନ୍ ଥିବା ବିମାନଟି ଆଜି ସକାଳ ୯.୫୫ରେ ଉଡ଼ାଣ ଆରମ୍ଭ କରିବାର ଅଳ୍ପ ସମୟ ପରେ ରାଡାର୍ରୁ ଅଦୃଶ୍ୟ ହୋଇ ଯାଇଛି। ନିରୁଦ୍ଦିଷ୍ଟ ବିମାନର ସନ୍ଧାନ କରିବା ଲାଗି ଗୋଟାଏ ହେଲିକପ୍ଟର୍କୁ ପଠାଯାଇଛି।
ନିରୁଦ୍ଦିଷ୍ଟ ହୋଇଯାଇଥିବା ବିମାନଟିକୁ ଚଳାଉଥିବା ପାଇଲଟ୍ଙ୍କ ନାମ ପ୍ରଭାକରପ୍ରସାଦ ଘିମିରେ ବୋଲି ଜଣାପଡ଼ିଛି।
ଜିଲ୍ଲା ମୁଖ୍ୟ ଅଧିକାରୀ ନେତ୍ର ପ୍ରସାଦ ଶର୍ମା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’କୁ କହିଛନ୍ତି, ବିମାନଟି ମୁସ୍ତାଙ୍ଗ ଜିଲ୍ଲାର ଜୋମ୍ସୋମ୍ ଆକାଶରେ ଉଡୁଥିବାର ଦିଶୁଥିବା ବେଳେ ଧୌଳଗିରି ଶୃଙ୍ଗ ଆଡ଼କୁ ବୁଲି ଯାଇଥିଲା। ତା’ପର ଠାରୁ ଉକ୍ତ ବିମାନ ସହିତ ଆଉ ଯୋଗଯୋଗ ସମ୍ଭବପର ହେଉନାହିଁ।
Follow Us