ରୁଷ୍‌ରେ ବିମାନ ଦୁର୍ଘଟଣା; ୧୬ ମୃତ, ୭ ଗୁରୁତର

ରୁଷ୍‌ରେ ବିମାନ ଦୁର୍ଘଟଣା; ୧୬ ମୃତ, ୭ ଗୁରୁତର

TimesNow

ମସ୍କୋ: କେନ୍ଦ୍ରୀୟ ରୁଷିଆର ଟାଟାରସ୍ତାନ ଅଞ୍ଚଳରେ ଆଜି (ରବିବାର) ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୬ ଜଣଙ୍କର ମୃତ୍ୟୁ ଘଟଥିବା ବେଳେ ୭ ଜଣ ଗୁରତର ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ବିମାନ ମଧ୍ୟରୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ୭ଜଣଙ୍କୁ ଏବେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

୨୧ ଜଣ ପାରାଚ୍ୟୁଟ୍‌ ଡାଇଭରଙ୍କ ସମେତ ୨୩ ଜଣଙ୍କୁ ନେଇ ଯାଉଥିବା ବିମାନଟି ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଟାଟାରସ୍ତାନର ମେନଜେଲିନସ୍କ୍‌ ସହର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ ଥିବା ୨୩ ଜଣଙ୍କ ମଧ୍ୟରୁ ୧୬ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣଙ୍କୁ ବିମାନର ଭଗ୍ନାବଶେଷ ମଧରୁ ଗୁରୁତର ଆହତ ଅବସ୍ଥାରେ ଜୀବନ୍ତ ଉଦ୍ଧାର କରା ଯାଇଥିଲା ବୋଲି ଜରୁରୀକାଳୀନ ମନ୍ତ୍ରାଳୟ କହିଛି।
ବିମାନ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ୭ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଥିବା ସ୍ୱାସ୍ଥ୍ୟ ଅଧିକାରୀ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି। ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏହି ବିମାନଟି ଏକ ଏଲ୍‌-୪୧୦ ଟର୍ବୋଲେଟ୍‌, ଯୁଗ୍ମ ଇଞ୍ଜିନ୍‌ ବିଶିଷ୍ଟ ସ୍ୱଳ୍ପ ଦୂରଗାମୀ ପରିବହନ ବିମାନ ଥିଲା ଏବଂ ସେନା ବିଭାଗର ସ୍ୱେଚ୍ଛାସେବୀ ସୋସାଇଟି ଅଧୀନରେ କାର୍ଯ୍ୟ କରୁଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe