south-korea-plane-crash Photograph: (Sambad.in)
ସିଓଲ: ଦକ୍ଷିଣ କୋରିଆରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଧିକାରୀଙ୍କ କହିବାନୁସାରେ, ବିମାନରେ ୧୮୧ ଜଣ ଥିଲେ। ରବିବାର ଦିନ ଦକ୍ଷିଣ କୋରିଆର ଦକ୍ଷିଣ-ପଶ୍ଚିମ ଅଞ୍ଚଳର ଏକ ବିମାନବନ୍ଦରରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜେଜୁ ଏୟାର ଳାଇନ୍ସ ଦ୍ୱାରା ପରିଚାଳିତ ଏହି ଯାତ୍ରୀବାହୀ ବିମାନ ନିୟନ୍ତ୍ରଣ ହରାଇ ରନୱେରୁ ବିଚ୍ୟୁତ ହୋଇଥିବା ମୁଆନ ଅନ୍ତର୍ଜାତୀୟ ବିମାନବନ୍ଦରର ସ୍ଥାନୀୟ ଅଧିକାରୀ କହିଛନ୍ତି।
ମୁଆନ୍ ଅଗ୍ନିଶମ ବିଭାଗର ଅଧିକାରୀ ଲି ସେଓଙ୍ଗ-ସିଲ କହିଛନ୍ତି ଯେ, ସେମାନେ ୯୭ ମୃତଦେହକୁ ଡାକ୍ତରଖାନାକୁ ନେଇଛନ୍ତି। ସେ କହିଛନ୍ତି, ଆମେ ଅଧିକ ଆହତମାନଙ୍କୁ ଖୋଜିବାକୁ ଚେଷ୍ଟା କରୁଛୁ। ସେ କହିଛନ୍ତି, ଆମେ ମୃତାହତମାନଙ୍କୁ ଖୋଜିବାକୁ ଚେଷ୍ଟା କରୁଛୁ।
ଅଧିକ ପଢ଼ନ୍ତୁ: ଗର୍ଭବତୀ ପତ୍ନୀଙ୍କୁ ହତ୍ୟା ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ
ୟୋନହାପ ରିପୋର୍ଟ ଅନୁଯାୟୀ, ଅବତରଣ ଗିଅର ବିଫଳ ହେବା ପରେ ପାଇଲଟ ସିଧାସଳଖ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଜରୁରୀକାଳୀନ ଅବତରଣ ସମୟରେ ବିମାନର ଗତି ହ୍ରାସ ହୋଇପାରିଲା ନାହିଁ, କାରଣ ଏହା ରନୱେ ଶେଷରେ ପହଞ୍ଚିଯାଇଥିଲା।
ଅଧିକାରୀଙ୍କ କହିବାନୁସାରେ, ବିମାନ ବନ୍ଦର ଶେଷରେ ଏହା ବାଡ଼କୁ ଧକ୍କା ଦେଇଥିଲା ଏବଂ ବିମାନରେ ନିଆଁ ଲାଗିଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ୧୭୫ ଯାତ୍ରୀଙ୍କ ମଧ୍ୟରୁ ୧୭୩ଜଣ କୋରିଆ ନାଗରିକ। ବିମାନରେ ୨ ଜଣ ଥାଇ ନାଗରିକ ଥିଲେ।
ଅଧିକ ପଢ଼ନ୍ତୁ: ହକି ଇଣ୍ଡିଆ ଲିଗ୍ ଆରମ୍ଭ: ସୁଟ୍ଆଉଟ୍ରେ ବାଜିମାରିଲା ଦିଲ୍ଲୀ ଏସ୍ଜି ପାଇପର୍ସ
Follow Us