ଅହମଦାବାଦ: ବିମାନ ଦୁର୍ଘଟଣା ପରେ ସାମ୍ନାକୁ ଆସୁଛି ଗୋଟେ ପରେ ଗୋଟେ କରୁଣ କାହାଣୀ । ଦୁର୍ଘଟଣାରେ ଏଯାଏଁ ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କୁ ନେଇ ସାମ୍ନାକୁ ଆସୁଛି ଛାତିଥରା କାହାଣୀ । କିଏ ବାପାକୁ ଭେଟିବାକୁ ଯାଇ ଜୀବନ ହରେଇଛି ତ କିଏ ସ୍ବାମୀଙ୍କ ପାଖରେ ପହଞ୍ଚି ପାରିନି ପୁଣି କିଏ ଲଣ୍ଡନରେ ସବୁଦିନ ପାଇଁ ରହିବାକୁ ସ୍ବପ୍ନ ଦେଖି ଯାତ୍ରା ଆରମ୍ଭ କରିଥିବା ବେଳେ ତାଙ୍କ ସ୍ବପ୍ନ ବିମାନ ସହ ଜଳିଯାଇଛି ।

Advertisment

ଜୀବନ ସାଥିକୁ ଭେଟାଇ ଦେଲାନି ମୃତ୍ୟୁ । ଯେଉଁ ବିମାନରେ ବସି ସେ ସ୍ବାମୀଙ୍କ ପାଖକୁ ଯାଉଥିଲେ ସେହି ବିମାନ ତାଙ୍କ ପାଇଁ କାଳ ସାଜିଲା ଏବଂ ସ୍ବାମୀ-ସ୍ତ୍ରୀଙ୍କ ମିଳନ ଅଧୁରା ରହିଗଲା । ଏଇ ଜାନୁୟାରୀରେ ବିବାହର କରିଥିଲେ ଖୁସବୁ । ସ୍ବାମୀ ମନଫୁଲ୍ ସିଂହ ଲଣ୍ଡନରେ ପଢୁଥିବା ବେଳେ ତାଙ୍କ ପାଖକୁ ବିମାନରେ ବସି ଅହମଦାବାଦରୁ ଲଣ୍ଡନ ଯାତ୍ରା କରୁଥିଲେ ଖୁସବୁ । ହେଲେ ମୃତ୍ୟୁର ମାୟାଜାଳରେ ଫସି ଚାଲିଗଲା ତାଙ୍କ ଜୀବନ । ଜାନୁୟାରୀରେ ବାହାଘର ଜୁନରେ ଚାଲିଗଲା ତାଙ୍କ ଜୀବନ । ଓଃ କି ଦୁଃଖ…

ସେମିତି ଆଉ ଏକ ହୃଦୟ ବିଦାରକ କାହାଣୀ ସାମ୍ନାକୁ ଆସିଛି । ଯେଉଁଠି ବିମାନ ଦୁର୍ଘଟଣା ପରେ ସ୍ୱର୍ଗରେ ମିଳନ ହୋଇଛି ଆଉ ଏକ ପ୍ରେମୀ ଯୁଗଳଙ୍କର । ଗୁଜୁରାଟର ଭାଡିଆର ବାସିନ୍ଦା ଅର୍ଜୁନଭାଇ ମନୁଭାଇ ପଟୋଲିଆ ଗତ କିଛି ବର୍ଷ ଧରି ଲଣ୍ଡନରେ ରହି ଆସୁଛନ୍ତି । ଏଇ ଏବେଏବେ ହିଁ ଲଣ୍ଡନରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ସ୍ତ୍ରୀଙ୍କର ଶେଷ ଇଚ୍ଛା ତାଙ୍କ ଶେଷକୃତ୍ୟ ତାଙ୍କ ଜନ୍ମମାଟିରେ ହିଁ ହେବ । ତେଣୁ ସ୍ତ୍ରୀଙ୍କ ଇଚ୍ଛାକୁ ପୂରା କରିବାକୁ ସେ ଭାରତ ଆସିଥିଲେ । ଲଣ୍ଡନରେ ଦୁଇ ପିଲାଙ୍କୁ ଛାଡି ମନୁଭାଇ ଆସିଥିଲେ ଏବଂ କାମ ସାରି ଫେରିଯାଉଥିଲେ । ହେଲେ ଭାଗ୍ୟର ଇସାରା କଣ ଥିଲା ଦେଖନ୍ତୁ । ସେ ବି ଶେଷରେ ଦୁର୍ଘଟଣାରେ ପ୍ରାଣ ହରାଇଲେ । ସ୍ବର୍ଗରେ ଥିବା ତାଙ୍କ ପତ୍ନୀଙ୍କ ପାଖକୁ ସିନା ସେ ଚାଲିଗଲେ ହେଲେ ଅହମଦାବାଦ ବିମାନ ଦୁର୍ଘଟଣା ତାଙ୍କ ପିଲାଙ୍କୁ ସବୁଦିନ ପାଇଁ ଅନାଥ କରିଦେଲା । 

ପ୍ପ
Photograph: (sambad.in)

 

ସେପଟେ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେଉଛି ଡାକ୍ତର ଦମ୍ପତ୍ତିଙ୍କ ଶେଷ ସେଲଫି । ଡ. ପ୍ରତୀକ ଯୋଶୀ ଗତ ୬ ବର୍ଷ ଧରି ଲଣ୍ଡନରେ ରହୁଥିଲେ । ତାଙ୍କର ଇଚ୍ଛା ଓ ସ୍ବପ୍ନ ଥିଲା କି ତାଙ୍କର ଜୀବନସାଥୀ ଓ ତିନିଟି ଛୁଆକୁ ନେଇ ସେ ଲଣ୍ଡନରେ ସବୁଦିନ ପାଇଁ ରହିବେ ଏବଂ ସେମାନଙ୍କୁ ଶିକ୍ଷା ଦିକ୍ଷା ଦେଇ ତାଙ୍କ ଭବିଷ୍ୟତ ଗଢିବେ ।

ପପବପ
Photograph: (sambad.in)

 

ବର୍ଷ ବର୍ଷର ଅପେକ୍ଷା ପରେ ତାଙ୍କର ଏହି ସ୍ବପ୍ନ ପୂରଣ ହେବାକୁ ଯାଉଥିଲା । ଦୁଇଦିନ ପୂର୍ବରୁ ତାଙ୍କର ଡାକ୍ତର ସ୍ତ୍ରୀ ବି ଭାରତରେ କରୁଥିବା ଚାକିରିରୁ ଇସ୍ତଫା ଦେଇଥିଲେ । ସମସ୍ତ ଜିନିଷ ପତ୍ର, ପିଲାଙ୍କ ଖାଦ୍ୟ, ଖେଳନା ଆଦି ନେଇ ବାହାରି ଯାଇଥିଲେ । ନୂଆ ଜାଗାରେ ନୂଆ ଜୀବନ ଆରମ୍ଭ କରିବାକୁ ଅପେକ୍ଷା ଥିଲା… ହେଲେ ସମୟ ସବୁକିଛି ଓଲଟପାଲଟ କରିଦେଲା । ବିମାନ ଦୁର୍ଘଟଣା ବାପାମାଆ ସମେତ ୩ ଜଣ ପିଲା- ପୂରା ପରିବାର ଜଳିଗଲା । ସେମାନଙ୍କ ସହ ସେମାନଙ୍କ ସ୍ବପ୍ନ ବି ଜଳିପୋଡି ପାଉଁଶ ହୋଇଗଲା । କେଇ ସେକେଣ୍ଡରେ ଜୀବନସାରା ଦେଖୁଥିବା ସ୍ବପ୍ନ କ୍ରାସ୍ ହେଇଗଲା । ସତରେ ଏସବୁ ଘଟଣା ଏବଂ କାହାଣୀ ଶୁଣିଲେ ଛାତି କଣ ହେଇ ଯାଉଛି । 

ଅଧିକ ପଢନ୍ତୁ-

ଜୀବନ ନେଉଛି ଜୁନ: ଅଭିଶପ୍ତ ମାସରେ କେବେ ଟ୍ରେନ ତ କେବେ ବିମାନ ଦୁର୍ଘଟଣା... ବାହାନଗାରେ ୨୯୬, ଅହମଦାବାଦରେ ୨୬୫