ଆମାଜନରେ ବିମାନ ଦୁର୍ଘଟଣା, ୧୪ ମୃତ

Advertisment
ଆମାଜନରେ ବିମାନ ଦୁର୍ଘଟଣା, ୧୪ ମୃତ

ବ୍ରାଜିଲିଆ: ବ୍ରାଜିଲର ଉତ୍ତର ଆମାଜନ ରାଜ୍ୟରେ ଶନିବାର ଏକ ବିମାନ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ରାଜ୍ୟ ଗଭର୍ଣ୍ଣର କହିଛନ୍ତି। ରାଜଧାନୀ ମାନାଉସଠାରୁ ପ୍ରାୟ ୪୦୦ କିଲୋମିଟର ଦୂର ବାର୍ସେଲସ ପ୍ରଦେଶରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୧୨ ଜଣ ଯାତ୍ରୀ ଓ ୨ ଜଣ ବିମାନ କର୍ମଚାରୀ ଅଛନ୍ତି। ଆମାଜନାସ ରାଜ୍ୟର ଗଭର୍ଣ୍ଣର ୱିଲସନ ଲିମା ଏକ୍ସ (ଟ୍ବିଟର)ରେ କହିଛନ୍ତି, ଶନିବାର ବାର୍ସେଲସ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୪ ଜଣଙ୍କ ମୃତ୍ୟୁ ପାଇଁ ସେ ଗଭୀରଭାବେ ଦୁଃଖିତ। ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ତାଙ୍କ ଟିମ୍ ଆରମ୍ଭରୁ କାର୍ଯ୍ୟ କରୁଛି। ମୃତକଙ୍କ ମଧ୍ୟରେ କିଛି ଆମେରିକୀୟ ନାଗରିକ ଅଛନ୍ତି ବୋଲି ବ୍ରାଜିଲର କିଛି ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe