ଆମରେଲିରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ

ଗୁଜୁରାଟର ଆମରେଲିରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ଜୀବନ ଯାଇଛି। ବିମାନଟି ଭିଜନ୍ ଫ୍ଲାଇଂ ଇନଷ୍ଟିଚ୍ୟୁଟ ଏକ ତାଲିମ ବିମାନ ବୋଲି ଜଣାପଡ଼ିଛି।

amreli

ଆମରୋଲି : ମଙ୍ଗଳବାର (୨୨ ଏପ୍ରିଲ) ଗୁଜୁରାଟର ଆମରେଲିରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ଜୀବନ ଯାଇଛି। ଡେପୁଟି ଏସପି ଚିରାଗ ଦେଶାଇ ଏହାକୁ ନିଶ୍ଚିତ କରିଛନ୍ତି। ଦେଶାଇ କହିଛନ୍ତି ଯେ ଭିଜନ୍ ଫ୍ଲାଇଂ ଇନଷ୍ଟିଚ୍ୟୁଟର ଏକ ତାଲିମ ବିମାନ ଆମରେଲିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଶାସ୍ତ୍ରୀ ନଗର ଅଞ୍ଚଳରେ ଘଟିଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅନିତେକ ମହାଜନ ବିମାନଟି ଉଡ଼ାଉଥିଲେ।

ଏହି ଘଟଣା ସମ୍ପର୍କରେ ଅଗ୍ନିଶମ ଅଧିକାରୀ ଏଚ୍ ସି ଗାଧଭି କହିଛନ୍ତି, "ଆଜି ପ୍ରାୟ ୧୨.୫୨ ସମୟରେ, ଆମେ ଅଗ୍ନିଶମ ନିୟନ୍ତ୍ରଣ କକ୍ଷରୁ ଏକ ଫୋନ୍ ପାଇଲୁ ଯେ ଆମରେଲିର ଶାସ୍ତ୍ରୀନଗର ଏକ୍ସଟେନସନ ଭିତରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାର୍ତ୍ତା ପାଇବାର ୩ ମିନିଟ୍ ୨୨ ସେକେଣ୍ଡ ମଧ୍ୟରେ ଆମର ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା।"

ସେ ଆହୁରି କହିଛନ୍ତି, "ଘଟଣାସ୍ଥଳରେ ପହଞ୍ଚିବା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା। ଭିତରେ ଦେଖାଯାଇଥିବା ଜଣେ ପାଇଲଟଙ୍କୁ ୧୦୮ ମାଧ୍ୟମରେ ବାହାର କରି ଡାକ୍ତରଖାନା ନିଆଯାଇଥିଲା। ଏହି ସମଗ୍ର ଅଞ୍ଚଳ ଏକ ଆବାସିକ ଅଞ୍ଚଳ। ଏହି କାରଣରୁ ସମଗ୍ର ଅଞ୍ଚଳକୁ ଖୋଜାଖୋଜି କରାଯାଇଥିଲା।" ସେ କହିଛନ୍ତି ଯେ ବିମାନ ଦୁର୍ଘଟଣା ଏବଂ ଏଥିରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ ଚାରୋଟି ଦଳ ଶାସ୍ତ୍ରୀ ନଗରରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe