ପୁଣେ ନିକଟରେ ଟ୍ରେନି ବିମାନ ଦୁର୍ଘଟଣା ଗ୍ରସ୍ତ; ପାଇଲଟ ଗୁରୁତର

Advertisment
ପୁଣେ ନିକଟରେ ଟ୍ରେନି ବିମାନ ଦୁର୍ଘଟଣା ଗ୍ରସ୍ତ; ପାଇଲଟ ଗୁରୁତର

ପୁଣେ/ ନୂଆଦିଲ୍ଲୀ: ମହାରାଷ୍ଟ୍ର ପୁଣେର ଇନ୍ଦପୁର ନିକଟରେ ଆଜି (ମଙ୍ଗଳବାର) ଅପରାହ୍ନରେ ଏକ ଟ୍ରେନି ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଟ୍ରେନି ବିମାନରେ ଥିବା ପାଇଲଟ ଜଣକ ଅଳ୍ପକେ ରକ୍ଷା ପାଇ ଯାଇଥିଲେ ସୁଦ୍ଧା ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ପାଇଲଟ ଜଣଙ୍କୁ ଚିକିତ୍ସା ପାଇଁ ସଙ୍ଗେ ସଙ୍ଗେ ବାରାମତୀର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ମହାରାଷ୍ଟ୍ରର ପୁଣେରେ ଥିବା କାରଭର ଏଭିଏସନ୍‌ ନାମକ ଏକ ପାଇଲଟ ଟ୍ରେନିଂ ସଂସ୍ଥାର ବିମାନ ପାଇଲଟଙ୍କୁ ଟ୍ରେନିଂ ପ୍ରଦାନ ଉଦ୍ଦେଶ୍ୟରେ ଉଡ଼ାଣ ଭରୁଥିବା ବେଳେ ପୁଣେର ଇନ୍ଦପୁର ନିକଟରେ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାର ସବିଶେଷ କାରଣ ସଂପର୍କରେ ଜଣା ପଡ଼ି ନଥିଲେ ମଧ୍ୟ ଏ ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି।

ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe