ନୂଆଦିଲ୍ଲୀ: ଦକ୍ଷିଣ ସୁଦାନରେ ଆଜି ଏକ ଚାର୍ଟର୍ଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିବା ଫଳରେ ୨୦ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ନାଗରିକ ଥିବା ଜଣାପଡ଼ିଛି। ଚୀନ୍ର ତୈଳ କମ୍ପାନି ଜିପିଓସି (ଗ୍ରେଟର ପାୟୋନିୟର ଅପରେଟିଂ କମ୍ପାନି) ଦ୍ବାରା ପରିଚାଳିତ ଏହି ବିମାନରେ ୨ ପାଇଲଟଙ୍କ ସମେତ ୨୧ ଜଣ ଥିବାବେଳେ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା। ଦକ୍ଷିଣ ସୁଦାନ ରାଜଧାନୀ ଜୁବା ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଉଡ଼ାଣ ଆରମ୍ଭ କରିବାବେଳେ ବିମାନଟି ଏକ ଅଏଲ ଫିଲ୍ଡ ନିକଟରେ ଖସି ପଡ଼ିଥିଲା। ବିମାନବନ୍ଦରଠାରୁ ମାତ୍ର ୫୦୦ ମିଟର ଦୂରରେ ବିମାନ ଖସିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରୁ କେବଳ ଜଣେ ବର୍ତ୍ତି ଯାଇଛନ୍ତି ଏବଂ ତାଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଛି।
ଦକ୍ଷିଣ ସୁଦାନରେ ବିମାନ ଦୁର୍ଘଟଣା: ୨୦ ମୃତକଙ୍କ ମଧ୍ୟରେ ଭାରତୀୟ
Advertisment
Follow Us