ଆମେରିକାରେ ମଝି ଆକାଶରେ ବିମାନ ଦୁର୍ଘଟଣା: ବିମାନ ଓ ହେଲିକପ୍ଟର ମଧ୍ୟରେ ଧକ୍କା ପରେ ନଦୀକୁ ଖସିପଡିଲା

ଆକାଶରୁ ଯେତେବେଳେ ବିମାନ ଲ୍ୟାଣ୍ଡିଂ କରୁଥିଲା ସେତେବେଳେ ଆମେରିକାର ସେନା ହେଲିକପ୍ଟର ବ୍ଲାକ୍ ହକ୍ ସହ ବିମାନର ଧକ୍କା ହୋଇଥିଲା ।

plane america

Photograph: (SAMBAD.IN )

ୱାସିଙ୍ଗଟନ: ଆମେରିକାରେ ବଡ ବିମାନ ଦୁର୍ଘଟଣା । ମଝି ଆକାଶରେ ଧକ୍କା ହେଲା ବିମାନ ଓ ହେଲିକପ୍ଟର । ରେଗନ ଏୟାରପୋର୍ଟ ନିକଟରେ ଘଟିଛି ଦୁର୍ଘଟଣା । ଆକାଶରେ ଅଘଟଣ ପରେ ନଦୀକୁ ଖସିପଡିଛି ବିମାନ ।

ତେବେ ସୂଚନା ମୁତାବକ ବିମାନବନ୍ଦର ଆକାଶରୁ ଯେତେବେଳେ ବିମାନ ଲ୍ୟାଣ୍ଡିଂ କରୁଥିଲା ସେତେବେଳେ ଆମେରିକାର ସେନା ହେଲିକପ୍ଟର ବ୍ଲାକ୍ ହକ୍ ସହ ଆମେରିକାନ ଏୟାରଲାଇନର ଧକ୍କା ହୋଇଥିଲା । ଆଉ ଦୁର୍ଘଟଣା ପରେ ବିମାନଟି ନିକଟସ୍ଥ ପୋଟମାକ୍ ନଦୀକୁ ଖସିପଡିଛି । ତେବେ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବିମାନରେ ମୋଟ ୬୦ ଯାତ୍ରୀଙ୍କ ସହ କ୍ରିୟୁ ମେମ୍ବର ଥିଲେ ଏବଂ ହେଲିକପ୍ଟରରେ ୩ ଜଣ ଯବାନ ଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe