ପିଲାଦିନର ସ୍ବପ୍ନକୁ ପୂରା କରି ହୋଇଥିଲେ ଏୟାରହଷ୍ଟେସ; ବିମାନ ଦୁର୍ଘଟଣା ନେଲା ଜୀବନ

Advertisment
Updated On
ଅଦ୍ୟତନ ହୋଇଛି
ତ୍ତନ୍ତ

ଅହମଦାବାଦ: ଗତଗୁରୁବାର ଅପରାହ୍ନରେ ଏୟାର ଇଣ୍ଡିଆ ବିମାନ ଉଡ଼ିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

ଏୟାର ଇଣ୍ଡିଆର ସୂଚନା ଅନୁସାରେ ବିମାନରେ ଥିବା ମୋଟ ୨୪୨ ଜଣଙ୍କ ମଧ୍ୟରୁ କେବଳ ଜଣଙ୍କୁ ଛାଡିଦେଲେ ବାକି ୨୪୧ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାଗ୍ରସ୍ତ ବିମାନରେ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟିଶ ନାଗରିକ, ୭ ଜଣ ପର୍ତ୍ତୁଗୀଜ ଏବଂ ୧ କାନାଡୀୟ ଯାତ୍ରା କରୁଥିଲେ । ଏହି ମୃତକଙ୍କ ମଧ୍ୟ‌ରେ ଏୟାରହଷ୍ଟେସ  ରୋଶନି ସୋନଘାରେ ବି ସାମିଲ ଅଛନ୍ତି।

ମହାରାଷ୍ଟ୍ରର ଡୋମ୍ବିଭାଲିର ବାସିନ୍ଦା ରୋଶନି ପିଲାଦିନରୁ ଜଣେ ଏୟାରହଷ୍ଟେସ ହେବାକୁ ଚାହୁଁଥିଲେ । ଏଥିପାଇଁ ସେ ବହୁତ ପରିଶ୍ରମ ବି କରିଥିଲେ।

ରୋଶନିଙ୍କ ବାପା ଜଣେ ଟେକ୍ନିସିଆନ୍। ସେ ତାଙ୍କ ଝିଅର ସ୍ୱପ୍ନକୁ ପୂରା କରିବା ପାଇଁ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ। ଦୁଇ ବର୍ଷ ପୂର୍ବରୁ ରୋଶନି ତାଙ୍କର ପିଲାଦିନର ସ୍ବପ୍ନକୁ ପୂରା କରି ତାଙ୍କ ନାମ ସାମ୍ନାରେ ଏୟାରହଷ୍ଟେସ ଲଗାଇବାର ସଫଳତା ହାସଲ କରିଥିଲେ। ସ୍ପାଇସଜେଟରେ ଦୁଇ ବର୍ଷ କାମ କରିବା ପରେ ସେ କିଛିଦିନ ହେବ ଏୟାର ଇଣ୍ଡିଆରେ ଯୋଗ ଦେଇଥିଲେ।

ରୋଶନି ଅହମଦାବାଦ ବିମାନ ଦୁର୍ଘଟଣାର ମାତ୍ର ଦୁଇ ଦିନ ପୂର୍ବରୁ ତାଙ୍କ ଗାଁକୁ ଯାଇଥିଲେ। ସେ ତାଙ୍କ ଜେଜେବାପା, କାକା ଏବଂ ମାଉସୀଙ୍କୁ ଭେଟିଥିଲେ। କର୍ମକ୍ଷେତ୍ରକୁ ଫେରିବା ସମୟରେ ଗାଁ ମନ୍ଦିରକୁ ଯାଇ କୁଳଦେବତାଙ୍କୁ ଦର୍ଶନ କରିଥିଲେ।

ଘରୁ ଫେରି ସେ ଚାକିରିରେ ଯୋଗ ଦେଇଥିଲେ। ତାଙ୍କ ଡିୟୁଟି ଏୟାରଇଣ୍ଡିଆ ବିମାନ ଏଆଇ-୧୭୧ରେ ପଡ଼ିଥିଲା। ଏହି ବିମାନଟି ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରିବାର ଥିଲା। କିନ୍ତୁ ଉଡ଼ିବାର କିଛିସମୟ ପରେ ଏଥିରେ ବିସ୍ଫୋରଣ ହୋଇ ସବୁକିଛି ଛାରଖାର ହୋଇଯାଇଥିଲେ।  ଆଖିପିଛୁଳାକେ ଜଳି ଯାଇଥିଲେ ବିମାନରେ ଥିବା ୨୪୧ଜଣ ଯାତ୍ରୀ। 

ଦୁର୍ଘଟଣାରେ ଭାଣିଜୀ ରୋଶନୀଙ୍କୁ ହରାଇଥିବା ମାମୁଁ କହିଛନ୍ତି ଯେ,‘ ସେ ରୋଶନୀଙ୍କ ମା’ଙ୍କୁ ଏପର୍ଯ୍ୟନ୍ତ କିଛି କହି ନାହାଁନ୍ତି, କାରଣ ତାଙ୍କର ବିପି ସମସ୍ୟା ଅଛି। ତାଙ୍କ ସାନ ଭାଇ ବର୍ତ୍ତମାନ ଏକ ଜାହାଜରେ ଅଛନ୍ତି, ସେ ନୌସେନାରେ ପୋଷ୍ଟ ହୋଇଛନ୍ତି। ଏପରି ପରିସ୍ଥିତିରେ କେବଳ ବଡ଼ ଭାଇ ଏବଂ ବାପା ରୋଶନୀଙ୍କ ମୃତଦେହ ନେବାକୁ ଅହମ୍ମଦାବାଦ ଯାଇଛନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe