ରାଜସ୍ଥାନରେ ବିମାନ ଦୁର୍ଘଟଣା: ପାଇଲଟ୍‌ ମୃତ

Advertisment

ରାଜସ୍ଥାନର ରତନଗଡ଼ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣା ଘଟି ବିମାନର ପାଇଲଟ୍‌ଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ଘଟଣା ଘଟିବା ପରେ ପୁଲିସ୍‌ ଓ ପ୍ରଶାସନିକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି। 

ରାଜସ୍ଥାନର ରତନଗଡ଼ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣା ଘଟି ବିମାନର ପାଇଲଟ୍‌ଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ଘଟଣା ଘଟିବା ପରେ ପୁଲିସ୍‌ ଓ ପ୍ରଶାସନିକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି। 

New Project (1)

ରତନଗଡ଼: ରାଜସ୍ଥାନର ରତନଗଡ଼ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣା ଘଟି ବିମାନର ପାଇଲଟ୍‌ଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ଘଟଣା ଘଟିବା ପରେ ପୁଲିସ୍‌ ଓ ପ୍ରଶାସନିକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି। 

ଦୁର୍ଘଟଣା ସଂପର୍କରେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ହଠାତ୍‌ ଆକାଶରେ ଏକ ଜୋରଦାର ଶବ୍ଦ ଶୁଣିବାକୁ ମିଳିଥିଲା। ତା’ପରେ କ୍ଷେତରୁ ନିଆଁ ଏବଂ ଧୂଆଁ ଉଠିଥିଲା। କ’ଣ ଘଟିଲା ବୋଲି ଭାଭି ଗାଁ ଲୋକ ‌‌‌ଦୌଡ଼ି ଯିବାରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଭାନୁଦା ଗାଁରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି। 

ଭଗ୍ନାଂଶ ନିକଟରୁ ଜଣେ ପାଇଲଟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା, ଯାହା ଗୁରୁତର ଭାବରେ କ୍ଷତିଗ୍ରସ୍ତ ଅବସ୍ଥାରେ ମିଳିଥିଲା। ସେନା ଏବଂ ସ୍ଥାନୀୟ ପ୍ରଶାସନ ଦ୍ୱାରା ମୃତଦେହର ଚିହ୍ନଟ କରାଯାଉଛି।

ଦୁର୍ଘଟଣାର ଖବର ପ୍ରସାରିତ ହେବା ମାତ୍ରକେ ପୂରା ରତନଗଡ଼ରେ ଆତଙ୍କ ଖେଳିଗଲା। କଲେକ୍ଟର ଅଭିଷେକ ସୁରାନା ଏବଂ ସ୍ଥାନୀୟ ପୁଲିସ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି।

ଗାଁ ଲୋକେ କହିଛନ୍ତି ଯେ ଦୁର୍ଘଟଣା ଯୋଗୁ କ୍ଷେତରେ ନିଆଁ ଲାଗିଥିଲା, ଯାହାକୁ ସେମାନେ ନିଜେ ଲିଭାଇବାକୁ ଚେଷ୍ଟା କରିଥିଲେ। ତେବେ ଘଟଣାର ସଠିକ୍ କାରଣ କ’ଣ ତାହା ସେନା ଦ୍ୱାରା ନିଶ୍ଚିତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe