ନିୟନ୍ତ୍ରଣ ହରାଇ ଟ୍ରେନ ସହ ଧକ୍କା ହେଲା ବିମାନ

Advertisment
ନିୟନ୍ତ୍ରଣ ହରାଇ ଟ୍ରେନ ସହ ଧକ୍କା ହେଲା ବିମାନ

photo-india today

କାଲିଫର୍ଣ୍ଣିଆ: ବିମାନ ଉପରୁ ନିୟନ୍ତ୍ରଣ ହରାଇଲେ ପାଇଲଟ | ଆଉ ବିମାନଟି ଏକ ଟ୍ରେନ ସହ ଧକ୍କା ହୋଇଛି | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ରବିବାର ଦିନ କାଲିଫର୍ଣ୍ଣିଆର ଲସଏଞ୍ଜେଲସରେ ଏଭଳି ଏକ ଘଟଣା ଘଟିଛି | ତେବେ ଠିକ ସମୟରେ ପୁଲିସ ପହଞ୍ଚି ଗୁରୁତର ଆହତ ହୋଇଥିବା ପାଇଲଟଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଛି |ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଏକ ଚାର୍ଟର ବିମାନ ଲସଏଞ୍ଜେଲସର ରେଳଧାରଣାରେ ଜରୁରୀକାଳୀନ ଅବତରଣ କରିଥିଲା |

ତେବେ ସ୍ଥାନୀୟ ପୁଲିସ ଏବାବଦରେ ସୂଚନା ପାଇ ତୁରନ୍ତ ସେଠାରେ ପହଞ୍ଚି ପାଇଲଟଙ୍କୁ ଉଦ୍ଧାର କରିଥିଲେ | ପାଇଲଟଙ୍କୁ ଉଦ୍ଧାର କରିବା ମାତ୍ରେ ତୁରନ୍ତ ଏକ ଟ୍ରେନ ଆସି ବିମାନକୁ ଧକ୍କା ଦେଇଥିଲା | ରିପୋର୍ଟ ମୁତାବକ ପାଇଲଟଙ୍କ ମୁଣ୍ଡ ଓ ହାତରେ ଆଘାତ ଲାଗିଛି ଓ ଟ୍ରେନରେ ଯାତ୍ରା କରୁଥିବା କେହି ଯାତ୍ରୀ ଆହତ ହୋଇନାହାନ୍ତି |


ତେବେ ଲସଏଞ୍ଜେଲସ ପୁଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସମସ୍ତେ ପ୍ରଶଂସା କରିଛନ୍ତି | ଲସଏଞ୍ଜେଲସ ପୁଲିସ ବିଭାଗ ଏହାର ଅଧିକାରୀମାନଙ୍କୁ ଏକ ଟ୍ୱିଟରେ ପ୍ରଶଂସା କରି କହିଛି ଯେ ଟ୍ରାକରେ ଜରୁରୀକାଳୀନ ଅବତରଣ କରିଥିବା ପାଇଲଟଙ୍କ ଜୀବନ ରକ୍ଷା କରି ସେମାନେ ଖୁବ ଭଲ କାମ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe