ବିମାନରେ ବୋମା ଥିବା ସୂଚନା ମିିଳିବା ପରେ କୋଲକାତାରୁ ମୁମ୍ବାଇ ଯାଉଥିବା ଏୟାର୍‌ ଏସିଆ ବିମାନ କଲା ଜରୁରୀକାଳୀନ ଅବତରଣ

Advertisment
୧୯୪୭ ପରେ ବିମାନ ଦୁର୍ଘଟଣ‌ାରେ ୨୧୭୩ ମୃତ

https://www.ndtv.com/

କୋଲକାତା: ବିମାନ ମଧ୍ୟରେ ବୋମା ଅଛି ବୋଲି ଖବର ମିଳିବା ପରେ କୋଲକାତାରୁ ମୁମ୍ବାଇ ଯାଉଥିବା ଏୟାର୍‌ ଏସିଆ ବିମାନ ଅଚାନକ ଜରୁରୀକାଳୀନ ଅବତରଣ କରିଛି। ବିମାନରେ ଯାତ୍ରା ଭରୁଥିବା ଜଣେ ମହିଳା ନିଜ ଶରୀରରେ ବୋମା ଥିବା କହିବା ପରେ ପାଇଲଟ୍‌ ବିମାନଟିକୁ ଜରୁରୀକାଳୀନ ଅବତତରଣ କରାଇଛନ୍ତି। ବିମାନଟି କିଛି ବାଟ ଉଡ଼ାଣ ଭରିବା ପରେ ଓଲଟା କୋଲକାତା ଆସି ଅବତରଣ କରିଥିବା ଜାଣିବାକୁ ମିଳିଛି।

ବିମାନରେ ଯାତ୍ରା କରୁଥିବା ୨୫ ବର୍ଷୀୟା ଜଣେ ମହିଳା ବିମାନରେ ବୋମା ଥିବା କହିବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟର ଆତଙ୍କ ଖେଳି ଯାଇଥିଲା। ମହିଳା ଜଣକ କେବିନ୍‌ କ୍ରିୟୁଙ୍କୁ ଏକ ନୋଟ୍‌ ଦେଇଥିଲେ। ଯେଉଁଥିରେ ଲେଖାଯାଇଥିଲା କି ତାଙ୍କ ଶରୀରରେ ବୋମା ଅଛି।

publive-image https://www.naidunia.com/

ଏୟାର ଏସିଆର ୧୫୩୧୧୬ ନମ୍ବର ବିମାନରେ ଥିବା ଯାତ୍ରୀ ଜଣକ କେବିନ୍‌ କ୍ରିୟୁଙ୍କୁ ଏକ ନୋଟ୍‌ ଦେଇ ସେହି ନୋଟ୍‌କୁ ପାଇଲଟ୍‌ଙ୍କୁ ଦେବାକୁ କହିଥିଲେ। ବିମାନ କର୍ତ୍ତୃପକ୍ଷଙ୍କ କହିବାନୁସାରେ ତାଙ୍କ ଶରୀରରେ ବୋମା ଥିବା କଥା ସେ ନୋଟ୍‌ରେ ଲେଖିଥିଲେ। କେଉଁ ବି ମୁହୂର୍ତ୍ତରେ ବୋମାଟି ଫୁଟିପାରେ ବୋଲି ସୂଚନା ଦେଇଥିଲେ। ନୋଟ୍‌କୁ ପଢ଼ିବା ପରେ ପାଇଲଟ୍‌ ଛାନିଆରେ ବିମାନଟିକୁ ଓଲଟା ଆଣି କୋଲକାତା ବିମାନବନ୍ଦରରେ ଅବତରଣ କରାଇଥିଲେ।

ଶନିବାର ରାତି ୯ଟା ୫୭ ମିନିଟ୍‌ରେ ବିମାନଟି ଉଡ଼ାଣ ଭରିଥିଲା। ବିମାନରେ ବୋମା ଥିବା ସୂଚନା ମିଳିବା ପରେ ବିମାନ ଉଡ଼ାଣର ପ୍ରାୟ ୧ ଘଣ୍ଟା ପରେ ଏୟାର ଟ୍ରାଫିକ୍‌ ‌କଣ୍ଟ୍ରୋଲର୍‌(ଏଟିସି)କୁ ସୂଚୀତ କରାଯାଇ ବିମାନ ଅବତରଣ କରାଯାଇଛି। ‌ଶରୀରରେ ବୋମା ଅଛି ବୋଲି କହିଥିବା ମହିଳା ମୋହିନୀଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe