ପଣ୍ଡିତ ଯଶରାଜଙ୍କ ନାଁରେ ରହିଛି ଗ୍ରହ

ପଣ୍ଡିତ ଯଶରାଜଙ୍କ ନାଁରେ ରହିଛି ଗ୍ରହ

tv9bharatvarsh.com

ନୂଆଦିଲ୍ଲୀ : ପଣ୍ଡିତ ଯଶରାଜଙ୍କ ନାମରେ ମହାକାଶରେ ଏକ ଗ୍ରହର ନାମକରଣ କରାଯାଇଛି। ଏହି କ୍ଷୁଦ୍ର ଗ୍ରହଟି ମଙ୍ଗଳ ଓ ବୃହସ୍ପତି ମଧ୍ୟରେ ଅବସ୍ଥିତ। ଅନ୍ତର୍ଜାତୀୟ ମହାକାଶ ବିଜ୍ଞାନ ସଂଘ (ଆଇଏୟୁ) ଦ୍ବାରା ୨୦୦୬ ମସିହା ନଭେମ୍ବର ମାସ ୧୧ ତାରିଖରେ ମହାକାଶରେ ଏହି କ୍ଷୁଦ୍ର ଗ୍ରହର ଆବିଷ୍କାର କରାଯାଇଥିଲା। ଆବିଷ୍କାର ପରେ ପ୍ରଥମେ ଏହି ଗ୍ରହର ନାମ ‘ଭିପି୩୨-୩୦୦୧୨୮’ ରଖାଯାଇଥିଲା। ମାତ୍ର ଗତବର୍ଷ ଅର୍ଥାତ୍‌ ୨୦୧୯ ସେପ୍‌ଟେମ୍ବର ୨୩ରେ ଏହି ଗ୍ରହର ନାମକରଣ ସଂଗୀତ ମାର୍ତ୍ତଣ୍ଡ ପଣ୍ଡିତ ଯଶରାଜଙ୍କ ନାମାନୁସାରେ ‘ପଣ୍ଡିତଯଶରାଜ’ ରଖାଯାଇଛି। ପଣ୍ଡିତ ଯଶରାଜ ହେଉଛନ୍ତି ପ୍ରଥମ ଭାରତୀୟ ସଙ୍ଗୀତଶିଳ୍ପୀ ଯାହାଙ୍କ ନାମରେ ମହାକାଶରେ ଏକ ଗ୍ରହର ନାମକରଣ କରାଯାଇଛି। ଜଣେ ଭାରତୀୟ ସଂଗୀତଜ୍ଞଙ୍କୁ ଏଭଳି ସମ୍ମାନ ମିଳିବା ବିରଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe