ରାଜସ୍ଥାନ ସରକାର ଭାଙ୍ଗିବା ପାଇଁ ଷଡ୍‌ଯନ୍ତ୍ର!

Advertisment

୨ ବିଜେପି ନେତାଙ୍କୁ ଗିରଫ ପରେ ଜେରା କରୁଛି ରାଜସ୍ଥାନ ଏସ୍ଓଜି

୨ ବିଜେପି ନେତାଙ୍କୁ ଗିରଫ ପରେ ଜେରା କରୁଛି ରାଜସ୍ଥାନ ଏସ୍ଓଜି

ରାଜସ୍ଥାନ ସରକାର ଭାଙ୍ଗିବା ପାଇଁ ଷଡ୍‌ଯନ୍ତ୍ର!

ଜୟପୁର: ରାଜସ୍ଥାନରେ ଅଶୋକ ଗେହଲଟ୍‌ ସରକାରକୁ ଭାଙ୍ଗିଦେବା ପାଇଁ ଷଡ଼ଯନ୍ତ୍ର ଚଳାଇଥିବା ଅଭିଯୋଗରେ ରାଜସ୍ଥାନ ଏସ୍‌ଓଜି (ସ୍ପେସାଲ୍‌ ଅପରେସନ୍‌ ଗ୍ରୁପ୍‌) ଆଜି ଦୁଇଜଣ ବିଜେପି ନେତାଙ୍କୁ ଜେରା କରୁଛି । ବିଜେପି ନେତା ଅଶୋକ ସିଂହ ମେଟୱାଲା ଏବଂ ଭରତ ମଲାନିଙ୍କୁ ଏସ୍ଓଜି ଗିରଫ କରିଥିବା ଜଣାପଡ଼ିଛି। ସିଂହଙ୍କୁ ଉଦୟପୁରରୁ ଗିରଫ କରାଯାଇଥିବା ବେଳେ ମଲାନିଙ୍କୁ ରାଜସ୍ଥାନର ବିୱର୍‌ରୁ ଗିରଫ କରାଯାଇଛି। ଏହି ୨ ବିଜେପି ନେତାଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇଛି। ରାଜସ୍ଥାନ ସରକାର ଭାଙ୍ଗିଦେବା ଦ୍ବାରା ୧୦୦୦ରୁ ୨୦୦୦ କୋଟି ଟଙ୍କା ରୋଜଗାର ହୋଇପାରିବ ବୋଲି ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ହୋଇଥିବା ଏକ ବାର୍ତ୍ତାଳାପକୁ ଆଧାର କରି ଏହି ଏଫ୍‌ଆଇଆର ରୁଜୁ ହୋଇଛି।

ଗେହଲଟ୍‌ଙ୍କ ଦାବି: ବିଜେପି ୧୫ କୋଟି ବିନିମୟ‌ରେ କଂ‌ଗ୍ରେସ ବିଧାୟକଙ୍କୁ କିଣିବାକୁ ଚାହୁଛି
କଂଗ୍ରେସ କନ୍ଦଳ ଚରମରେ ପହଂଚିଲାଣି: ବିଜେପି

ଅନ୍ୟପକ୍ଷେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏବଂ ଅନ୍ୟ ବିଧାୟକମାନେ ଆଜି ଦାବି କରିଛନ୍ତି ଯେ, ବିଜେପି ରାଜସ୍ଥାନରେ କଂଗ୍ରେସ ସରକାର ଭାଙ୍ଗିଦେବାପାଇଁ ଷଡ଼ଯନ୍ତ୍ର କରୁଛି। ୧୫ କୋଟି ବିନିମୟରେ ବିଜେପି ବିଧାୟକଙ୍କୁ କିଣିବାକୁ ଚାହୁଛି ବୋଲି ଗେହଲଟ୍‌ ଅଭିଯୋଗ କରିଛନ୍ତି। କିନ୍ତୁ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛି। କଂଗ୍ରେସ ଦଳରେ ଯାହା ବି ଚାଲିଛି ତାହା ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କନ୍ଦଳର ଫଳ ବୋଲି ବିଜେପି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe