ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀରେ ଆକ୍ରମଣ ଯୋଜନା କରୁଥିଲେ ଗିରଫ ଦବିନ୍ଦର ଓ ଆତଙ୍କବାଦୀ

Advertisment

ଗୁଜରାଟରେ ଆକ୍ରମଣ ଯୋଜନା, ଆତଙ୍କବାଦୀଙ୍କୁ ସହଯୋଗ କରୁଛି ଆଇଏସ୍‌ଆଇ

ଗୁଜରାଟରେ ଆକ୍ରମଣ ଯୋଜନା, ଆତଙ୍କବାଦୀଙ୍କୁ ସହଯୋଗ କରୁଛି ଆଇଏସ୍‌ଆଇ

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀରେ ଆକ୍ରମଣ ଯୋଜନା କରୁଥିଲେ ଗିରଫ ଦବିନ୍ଦର ଓ ଆତଙ୍କବାଦୀ

ନୂଆଦିଲ୍ଲୀ: ଆସନ୍ତା ସା‌ଧାରଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ଏବଂ ଗୁଜରାଟରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା ହୋଇଛି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦିଲ୍ଲୀ କିମ୍ବା ଗୁଜରାଟରେ ଆକ୍ରମଣ ଷଡ଼ଯନ୍ତ୍ର କରୁଛି। ଆଇଏସ୍‌ଆଇ ଏଥିପାଇଁ ଆତଙ୍କବାଦୀଙ୍କୁ ସହ‌ଯୋଗ କରୁଛି। ଦିଲ୍ଲୀ ପୁଲିସ ସୂତ୍ରରୁ ଏହା ଜଣାପଡ଼ିଛି। ଏହି ଖବର ମିଳିବାପରେ ଦିଲ୍ଲୀ ଏବଂ ଗୁଜରାଟର ସମସ୍ତ ସମ୍ବେଦନଶୀଳ ସ୍ଥାନମାନଙ୍କରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ମିଳିଥିବା ସୂଚନାନୁଯାୟୀ ତାମିଲନାଡ଼ୁରୁ ୬ ଆତଙ୍କବାଦୀ ଫେରାର ହୋଇ ନେପାଳ ପଳାଇଥିଲେ। ତେବେ ନେପାଳରୁ ସେମାନେ ପୁଣିଥରେ ଭାରତ ପଶିବାକୁ ସକ୍ଷମ ‌‌ହୋଇଥିଲେ। ସେମାନେ ସମସ୍ତେ ସନ୍ଦିଗ୍ଧ ଆଇଏସ୍‌ ଆତଙ୍କବାଦୀ। ‌ହିନ୍ଦୁ ମୁନ୍ନାନି ନେତା କେପି ସୁରେଶଙ୍କ ହତ୍ୟା ମାମଲାରେ ସେମାନଙ୍କ ସମ୍ପୃକ୍ତି ଥିଲା। ଏହି ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଦିଲ୍ଲୀ ପୁଲିସ ସ୍ବତନ୍ତ୍ର ଶାଖା ଦ୍ବାରା ଗତ ଡିସେମ୍ବର ୯ରେ ଗିରଫ କରାଯାଇଥିଲା। ଅନ୍ୟ ଜଣଙ୍କୁ ଗୁଜରାଟ ପୁଲିସ ଦ୍ବାରା ଗିରଫ କରାଯାଇଥିଲା। ତେବେ ଆଉ ୨ ଜଣ ଏବେ ବି ଫେରାର୍‌ ଅଛନ୍ତି। ଏହି ୨ ଆତଙ୍କବାଦୀ ଦିଲ୍ଲୀ କିମ୍ବା ଗୁଜରାଟରେ ଆକ୍ରମଣ ଯୋଜନା କରୁଛନ୍ତି। ବସ୍ତି ରେଞ୍ଜ୍‌ ଆଇଜି ଆଶୁତୋଷ କୁମାର କହିଛନ୍ତି, ଉକ୍ତ ୨ ଆତଙ୍କବାଦୀ ଭାରତରେ ପ୍ରବେଶ କରିଛନ୍ତି ଏବଂ ସେମାନେ ଉତ୍ତରପ୍ରଦେଶରେ ଅଛନ୍ତି। ଏମାନଙ୍କୁ ଖ୍ବାଜା ‌ମୋଇନଉଦ୍ଦିନ ଏବଂ ଅବଦୁଲ ସମାଦ ବୋଲି ଚିହ୍ନଟ କରାଯାଇଛି। ମୋଇନୁଦ୍ଦିନ୍‌ର ଆଇଏସ୍‌ ସହ ସମ୍ପୃକ୍ତି ଅଛି ଏବଂ ଦକ୍ଷିଣ ଭାରତୀୟ ରାଜ୍ୟ ଗୁଡ଼ିକରେ ସେ ସକ୍ରିୟ ରହିଛି। ଗିରଫ ହୋଇଥିବା ୩ ଜଣ ଆତଙ୍କବାଦୀ ଗତ ଜାନୁଆରି ୧୦ ତାରିଖ ଜେରା ସମୟରେ ଆକ୍ରମଣ ଯୋଜନା କଥା ସ୍ବୀକାର କରିଛନ୍ତି। ଜାନୁଆରି ୨୬ ପୂର୍ବରୁ ସେମାନଙ୍କୁ ଆକ୍ରମଣ କରିବା ପାଇଁ କୁହାଯାଇଥିବା ମାନିଛନ୍ତି। ସେମାନଙ୍କୁ ଆରଏସ୍‌ଏସ୍‌ ଏବଂ ହିନ୍ଦୁ ନେତାଙ୍କୁ ଟାର୍ଗେଟ୍‌ କରିବା ପାଇଁ ମଧ୍ୟ କୁହାଯାଇଥିଲା। ‌ଏଥିପାଇଁ ସେମାନଙ୍କୁ ଏକ ବିଦେଶୀ ଗୋଷ୍ଠୀ ସହଯୋଗ କରୁଛି। ଏହି ସୂଚନା ମିଳିବାପରେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ ୨ ଆତଙ୍କବାଦୀଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହୋଇଛି। ପାକ୍‌ ଆଇଏସ୍‌ଆଇ ଭାରତରେ ଆକ୍ରମଣ ଯୋଜନା କରି ଏଥିପାଇଁ ଆଇଏସ୍‌କୁ ଦାୟୀ କରିବାକୁ ଷଡ଼ଯନ୍ତ୍ର ରଚିଥିବା କୁହାଯାଉଛି।

ଧାରା ୩୭୦ ଉଚ୍ଛେଦ, ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ପ୍ରତିଶୋଧ ନେଇଥାନ୍ତେ
ଚଣ୍ଡିଗଡ଼: ଧରା ପଡ଼ିଥିବା ଡିଏସପି ଦବିନ୍ଦର ସିଂହ ଏବଂ ହିଜ୍‌ବୁଲ ମୁଜାହିଦ୍ଦିନର ଦୁଇ ଜଣ ଆତଙ୍କବାଦୀ ଦେଶରେ ଆତଙ୍କବାଦୀ ଆକ୍ରମଣ ଯୋଜନା ରଖିଥିଲେ। ସେମାନେ ଦିଲ୍ଲୀ, ଚଣ୍ଡିଗଡ଼ ଏବଂ ଜମ୍ମୁରେ ଆକ୍ରମଣ ପାଇଁ ଯୋଜନା ରଚିଥିଲେ। ଜମ୍ମୁ କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ଏବଂ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌ର ପ୍ରତିଶୋଧ ନେବାକୁ ସେମାନେ ଏହା କରିଥାନ୍ତେ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

ଦବିନ୍ଦରଙ୍କ କାରରୁ ଧରା ପଡ଼ିଥିବା ଦୁଇଜଣ ଆତଙ୍କବାଦୀ ହେଲେ ନବୀଦ ବାବା ଏବଂ ଅଲତାଫ। ଏଥିସହିତ ଆତଙ୍କବାଦୀଙ୍କୁ ସହାୟତା ଯୋଗାଉଥିବା ଜଣେ ଅଚିହ୍ନା ଆଇନଜୀବୀ ମଧ୍ୟ ଧରା ପଡ଼ିଛନ୍ତି। ଦବିନ୍ଦର ତାଙ୍କ ଘରେ ତିନିଜଣ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିଲେ। ଏହି ଆତଙ୍କବାଦୀଙ୍କ ପାଇଁ ଦବିନ୍ଦର ଚଣ୍ଡିଗଡ଼ ଏବଂ ନୂଆଦିଲ୍ଲୀରେ ରହିବା ବ୍ୟବସ୍ଥା କରିଥାନ୍ତେ। ଏହି ଘଟଣାର ତଦନ୍ତ କରୁଥିବା ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଗ୍ରୁପ୍‌ରେ ଆଉ ଅଧିକ ଆତଙ୍କବାଦୀ ଯୋଗ ଦେଇଥାନ୍ତେ। ଆତଙ୍କବାଦୀଙ୍କ ସହ ଯୋଗାଯୋଗ ରଖିବା ପାଇଁ ଦବିନ୍ଦର ଏକାଧିକ ମୋବାଇଲ ଫୋନ୍ ଏବଂ ସିମ୍ ବ୍ୟବହାର କରୁଥିଲେ ବୋଲି ଜଣାଯାଇଛି। ଦବିନ୍ଦରଙ୍କୁ ଏବେ ପୁଲିସ ଏବଂ ଗୁଇନ୍ଦା ବିଭାଗର ଅଧିକାରୀମାନେ ଜେରା କରୁଛନ୍ତି। ଶ୍ରୀନଗର ବିମାନ ବନ୍ଦର ସ୍ଥିତ ଅପହରଣ ନିରୋଧୀ ସ୍କ୍ବାଡ୍‌ରେ ସେ ଡିଏସପି ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe