୨୦୧୯ ପାଇଁ ରଣନୀତି: ନେତାଙ୍କ ରିପୋର୍ଟ କାର୍ଡ ପ୍ରସ୍ତୁତ କରିବ ବିଜେପି

Advertisment
୨୦୧୯ ପାଇଁ ରଣନୀତି: ନେତାଙ୍କ ରିପୋର୍ଟ କାର୍ଡ ପ୍ରସ୍ତୁତ କରିବ ବିଜେପି

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକିଥିବା ବେଳେ କିଭଳି ଭାବେ ୨୦୧୪ର ବିଜୟ ଧାରା ବଜାୟ ରହିବ ସେନେଇ ବିଜେପି ଓ ଆରଏସ୍‌ଏସ୍‌ ରଣନୀତି ପ୍ରସ୍ତୁତ କରୁଛନ୍ତି। ଆଜି ସୁରଜକୁଣ୍ଡରେ ଆୟୋଜିତ ବିଜେପି ଓ ଆରଏସ୍‌ଏସ୍‌ର ବୈଠକରେ ଏନେଇ ଆଲୋଚନା ହୋଇଛି। ସଂଘରୁ ବିଜେପିକୁ ପଠାଯାଇଥିବା ପ୍ରାୟ ୬୦ ଜଣ ବରିଷ୍ଠ ନେତାଙ୍କୁ ଏହି ବୈଠକକୁ ଆମନ୍ତ୍ରଣ କରାଯାଇଥିଲା। ତେବେ ବାରମ୍ବାର ଉପ ନିର୍ବାଚନ ଗୁଡ଼ିକରେ ବିଜେପି ନିଜର ଆସନରେ ପରାଜିତ ହେବା ପରେ ଏହା ଚିନ୍ତାର କାରଣ ପାଲଟି ଯାଇଛି। ତେଣୁ ସମୟ ଥାଉ ଥାଉ ବିଜେପି ସମସ୍ତ ନେତାଙ୍କର ରିପୋର୍ଟ କାର୍ଡ ପ୍ରସ୍ତୁତ କରି ନିର୍ବାଚନୀ ମଇଦାନକୁ ଓହ୍ଲାଇବ ବୋଲି ଜଣାପଡ଼ିଛି। ଯେଉଁସବୁ ନେତାଙ୍କର ପ୍ରଦର୍ଶନ ଭଲ ରହିନାହିଁ ସେସବୁ ସ୍ଥାନଗୁଡ଼ିକରେ ବିଜେପି ନେତୃତ୍ୱରେ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି। ପୂର୍ବୋତ୍ତର ରାଜ୍ୟଗୁଡ଼ିକ ଉପରେ ବିଶେଷ ଭାବେ ଧ୍ୟାନ ଦେବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ଏହା ସହିତ ୨୦୧୪ରେ ଯେଉଁସବୁ ରାଜ୍ୟରେ ବିଜେପିକୁ ପର୍ଯ୍ୟନ୍ତ ସମର୍ଥନ ମିଳିପାରିନଥିଲା, ସେସବୁ ରାଜ୍ୟ ଗୁଡ଼ିକରେ କିଭଳି ବିଜେପି କ୍ଷମତା ଦଖଲ କରିବ ସେନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe