କର୍ଣ୍ଣାଟକ କଲେଜରେ କପି ରୋକିବା ପାଇଁ ଅଜବ ପ୍ରକ୍ରିୟା, ମୁଣ୍ଡରେ କାଗଜ ପେଟି ପିନ୍ଧି ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି

Advertisment
କର୍ଣ୍ଣାଟକ କଲେଜରେ କପି ରୋକିବା ପାଇଁ ଅଜବ ପ୍ରକ୍ରିୟା, ମୁଣ୍ଡରେ କାଗଜ ପେଟି ପିନ୍ଧି ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି

ବେଙ୍ଗାଲୁରୁ: କର୍ଣ୍ଣାଟକର ଏକ ଘରୋଇ କଲେଜ୍‌ରେ କପି ରୋକିବା ପାଇଁ କର୍ତ୍ତୃପକ୍ଷ ଅଜବ ପ୍ରକ୍ରିୟା କାର୍ଯ୍ୟକାରୀ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ କାଗଜ ପେଟିରେ ମୁହଁ ଘୋଡ଼ାଇ ପରୀକ୍ଷା ଦେଦାକୁ ବାଧ୍ୟତାମୂଳକ କରାଯାଇଛି। ହାଭେରି ସ୍ଥିତ ଭଗତ ପ୍ରି-ୟୁନିଭର୍ସିଟି କଲେଜ୍‌ରେ ଛାତ୍ରଛାତ୍ରୀମାନେ ମୁଣ୍ଡରେ କାଗଜ ପେଟି ଲଗାଇ ପରୀକ୍ଷା ଦେଉଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାପରେ ଏହାକୁ ବିଭିନ୍ନ ମହଲ କଡ଼ା ସମାଲୋଚନା କରିଛନ୍ତି। ପରୀକ୍ଷାରେ କପି ରୋକିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପେଟି ପିନ୍ଧିବାକୁ ଦିଆଯାଇଥିଲା। କେବଳ ଛାତ୍ରଛାତ୍ରୀମାନେ ଦେଖିବା ପାଇଁ ଏହାର ସମ୍ମୁଖ ଭାଗକୁ କଟାଯାଇଥିଲା। ତେବେ ଶିକ୍ଷା ବିଭାଗ ପାଖରେ ଏହି ଖବର ପହଞ୍ଚିବାପରେ ଅଧିକାରୀମ‌ାନେ ଉକ୍ତ କଲେଜ୍‌ରେ ପହଞ୍ଚିଥିଲେ ଏବଂ କଲେଜ୍‌ କର୍ତ୍ତୃପକ୍ଷଙ୍କୁ ଏଭଳି ଅମାନବୀୟ କାର୍ଯ୍ୟ ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe