ଭାରତରେ ସଂକ୍ରମଣ ପାଇଁ ବଡ଼ ଷଡ଼ଯନ୍ତ୍ର, ନେପାଳ ସୀମା ଦେଇ ପଶିଛନ୍ତି ୫୦ ସଂକ୍ରମିତ

Advertisment
ଭାରତରେ ସଂକ୍ରମଣ ପାଇଁ ବଡ଼ ଷଡ଼ଯନ୍ତ୍ର, ନେପାଳ ସୀମା ଦେଇ ପଶିଛନ୍ତି ୫୦ ସଂକ୍ରମିତ

India TV

ନୂଆଦିଲ୍ଲୀ: ବୈଶ୍ବିକ ମହାମାରୀ କରୋନା ଭାଇରସ୍‌କୁ ରୋକିବା ପାଇଁ ଭାରତ ଏବେ ଯୁଦ୍ଧସ୍ତରରେ ମୁକାବିଲା କରୁଥିବା ବେଳେ କିଛି ଲୋକ ଏହି ପ୍ରୟାସକୁ ବିଫଳ କରିବା ପାଇଁ ବଡ଼ ଷଡ଼ଯନ୍ତ୍ର କରିଛନ୍ତି। ନେପାଳ ସୀମା ଦେଇ ପ୍ରାୟ ୫୦ ଜଣ ସଂକ୍ରମିତ ଭାରତରେ ପ୍ରବେଶ କରିଛନ୍ତି ଏବଂ ସେମାନେ ଦେଶରେ ଯଥାସମ୍ଭବ ସଂକ୍ରମଣକୁ ବ୍ୟାପକ କରିବା ପାଇଁ କାମ କରୁଛନ୍ତି ବୋଲି ସରକାରଙ୍କୁ ରିପୋର୍ଟ ମିଳିଛି। ଅନୁପ୍ରବେଶ କରିଥିବା ସଂକ୍ରମିତ ବ୍ୟକ୍ତିମାନେ ଏବେ ବିହାରକୁ ଟାର୍ଗେଟ୍‌ କରିଥିବା ଜଣାପଡ଼ିଛି। ଏହି ଘଟଣା ପରେ ନେପାଳ ସୀମାରେ ସୁରକ୍ଷା ଅଧିକ କଡ଼ାକଡ଼ି କରାଯାଇଛି। ଜାଲିମ୍‌ ମୁଖିୟା ନାମକ ଜଣେ ଅସ୍ତ୍ର ଚୋରା ବେପାରୀ କରୋନା ସଂକ୍ରମିତଙ୍କୁ ଭାରତ ପଠାଇଥିବା ଜଣାପଡ଼ିଛି। କୌଣସି ବିଦେଶୀ ଶକ୍ତି ଏକ ନିର୍ଦ୍ଦିଷ୍ଟ ଧର୍ମର ସଂକ୍ରମିତ ଲୋକଙ୍କୁ ଭାରତରେ ପ୍ରବେଶ କରାଇ କରୋନା ବିଭୀଷିକା ସୃଷ୍ଟି କରିବାକୁ ଚାହୁଥିବାରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ତତ୍ପର ହୋଇଉଠିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe