ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ଅନ୍ୟ ବେସରକାରୀ ପ୍ରତିଷ୍ଠାନ ବିଭିନ୍ନ ସୁବିଧା ପାଇଁ ଆଧାର କାର୍ଡ ଯୋଗେ ପଞ୍ଜୀକରଣ ବାଧ୍ୟତାମୂଳକ କରିଛନ୍ତି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମନେ ହେଉଥିବା ଏହି ଆଧାର କାର୍ଡର ସ୍ଥାୟିତ୍ୱ ପାଇଁ ଅନେକ ଏହାକୁ ଲାମିନେସନ୍, ପ୍ଲାଷ୍ଟିକ୍ କିମ୍ବା ପିଭିସି ସ୍ମାର୍ଟ କାର୍ଡରେ ପରିବର୍ତନ କରିବା ଦେଖାଯାଉଛି। ମାତ୍ର ଆଧାର ସ୍ମାର୍ଟ କାର୍ଡର ଏଭଳି ପରିବର୍ତନ ବେଆଇନ ବୋଲି ଆଜି ଆଧାର କାର୍ଡ ଯୋଗାଉଥିବା କର୍ତ୍ତୃପକ୍ଷ ୟୁଆଇଡିଏଆଇ ଏକ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି। ୟୁଆଇଡିଏଆଇ ସିଇଓ ଅଜୟ ଭୂଷଣ ପାଣ୍ଡେଙ୍କ କହିବା ଅନୁଯାୟୀ, ଆଧାର କାର୍ଡକୁ ପିଭିସି କିମ୍ବା ପ୍ଲାଷ୍ଟିକ୍ ସ୍ମାର୍ଟ କାର୍ଡରେ ପରିବର୍ତନ କରିବା ବେଆଇନ। ଉକ୍ତ ସ୍ମାର୍ଟ କାର୍ଡର କ୍ୟୁଆର୍ କୋଡ୍ ବ୍ୟବହାର ପାଇଁ ଅଯୋଗ୍ୟ। ଅପରପକ୍ଷେ, ଏମ୍ଆଧାର, ଡାଉନ୍ଲୋଡ୍ ଦ୍ୱାରା ସାଧା କାଗଜରେ ପ୍ରିଣ୍ଟ୍ କରାଯାଇଥିବା ଆଧାର ପରିଚୟ ପତ୍ର, କିମ୍ବା ଆଧାର ପତ୍ର ବ୍ୟବହାର ପାଇଁ ସବୁଠାରୁ ଉପଯୋଗୀ ବୋଲି ଶ୍ରୀ ପାଣ୍ଡେ ସ୍ପଷ୍ଟ କରିଛନ୍ତି। ଆଧାରକାର୍ଡର ଲାମିନେସନ୍ କରିବା, ପ୍ଲାଷ୍ଟିକ୍ କିମ୍ବା ପିଭିସି ସ୍ମାର୍ଟ କାର୍ଡ ପ୍ରସ୍ତୁତ କରିବା ସମୟରେ ତଥ୍ୟ ଚୋରି ହେବାର ଆଶଙ୍କା ଅଧିକ ରହିଛି। କାହାର ଆଧାର କାର୍ଡ ହଜିଗଲେ କିମ୍ବା ଚୋରି ହୋଇଗଲେ ୟୁଆଇଡିଏଆଇର େଓ୍ଵବ୍ସାଇଟ୍ରୁ ତାହାକୁ ଡାଉନ୍ଲୋଡ୍ କରି ବ୍ୟବହାର କରିହେବ ବୋଲି ସେ ସ୍ପଷ୍ଟ କହିିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us