ପ୍ଲାଟଫର୍ମ ଫିକ୍‌ସିଙ୍ଗ: ମୁଜାଫରପୁର ରେଳ ଷ୍ଟେସନ୍‌ରେ ୧୦୦ ଟଙ୍କାରେ ପରିବର୍ତ୍ତନ ହୁଏ ଟ୍ରେନ୍‌ର ପ୍ଲାଟଫର୍ମ

Advertisment
ପ୍ଲାଟଫର୍ମ ଫିକ୍‌ସିଙ୍ଗ: ମୁଜାଫରପୁର ରେଳ ଷ୍ଟେସନ୍‌ରେ ୧୦୦ ଟଙ୍କାରେ ପରିବର୍ତ୍ତନ ହୁଏ ଟ୍ରେନ୍‌ର ପ୍ଲାଟଫର୍ମ

ପାଟନା: ପ୍ଲାଟଫର୍ମ ଫିକ୍‌ସିଙ୍ଗ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ହେଲେ ବିହାରର ଏକ ରେଳ ଷ୍ଟେସନରେ ମାତ୍ର ୧୦୦ ଟଙ୍କା ଲାଞ୍ଚ ଦେଇ ଏଠାକାର କର୍ମଚାରୀମାନେ କୌଣସି ବି ଟ୍ରେନ୍‌ର ପ୍ଲାଟଫର୍ମ ଅତି ସହଜରେ ବଦଳାଇ ଦେଇଥାନ୍ତି। ଅତି ସାଧାରଣ ଭାବରେ ଏହାକୁ ପ୍ଲାଟଫର୍ମ ଫିକ୍‌ସିଙ୍ଗ କୁହାଯାଇ ପାରିବ।

ଏହି ମାମଲା ମୁଜାଫରପୁର ଷ୍ଟେସନର ଓ ଏଭଳି କାମରେ ସଂପୃକ୍ତ ଥିବା ଘଟଣା ୨ ଦିନ ତଳେ ଲୋକଲୋଚନକୁ ଆସିଥିଲା। ପୂର୍ବ-ମଧ୍ୟ ରେଳବାଇର ଅଧିକାରୀଙ୍କ ନିକଟକୁ କିଛି ଓଡ଼ିଓ ରେକଡିଂ ପହଞ୍ଚି ଥିଲା। ଏହି ବେଆଇନ ଘଟଣାରେ ମୁଜାଫରପୁର ରେଳ ଷ୍ଟେସନର କର୍ମଚାରୀ ସଂପୃକ୍ତ ଥିଲେ।

publive-image

ଓଡ଼ିଓ ରେକଡ଼ିଂରେ ରେଳ କର୍ମଚାରୀ ଓ ବିକ୍ରେତାଙ୍କ ମଧ୍ୟରେ କଥାବାର୍ତା ହେଉଥିଲା। ଏଥିରେ ରେଳକର୍ମୀ ବିକ୍ରେତାଙ୍କୁ ପଚାରୁଥିଲେ ଯେ ମୁଜାଫରପୁର ରେଳ ଷ୍ଟେସନକୁ ଯେଉଁ ଟ୍ରେନ ଆସିବ ତାହାକୁ କେଉଁଠାରେ ଲଗାଯିବ? ଏହି ଓଡ଼ିଓରୁ ଏହା ସ୍ପଷ୍ଟ ହେଉଥିଲା ଯେ, ମୁଜାଫରପୁର ରେଳ ଷ୍ଟେସନରେ ରେଳକର୍ମଚାରୀ ଟଙ୍କା ଲାଞ୍ଚ ନେଇ ପ୍ଲାର୍ଟଫର୍ମ ବଦଳାଇ ଥାଆନ୍ତି।

ଜାତୀୟ ଗଣମାଧ୍ୟମକୁ ସୂଚନା ମିଳିବା ପରେ ପୂର୍ବ-କେନ୍ଦ୍ର ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ରାଜେଶ କୁମାର କହିଛନ୍ତି, ମାମଲା ସାମ୍ନାକୁ ଆସିବା ପରେ ତଦନ୍ତ କରାଯାଉଛି। ପ୍ରାଥମିକ ତଦନ୍ତରୁ ଦୁଇଟି ଘଟଣା ଦେଖାଯାଇଛି। ମୁଜାଫରପୁର ରେଳ ଷ୍ଟେସନରେ ରେଳକର୍ମଚାରୀ ଓ ବିକ୍ରେତାଙ୍କ ଚକ୍ରାନ୍ତ ଯୋଗୁଁ ଟ୍ରେନ୍‌ର ପ୍ଲାର୍ଟଫର୍ମ ବଦଳି ଦିଆଯାଇଥାଏ ବୋଲି ଅଧିକାରୀମାନେ ଜାଣିପାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe