ମ୍ୟାଚ ଚାଲିଥିବା ବେଳେ ବଜ୍ରପାତ; ଫୁଟବଲ ଖେଳାଳିଙ୍କ ହେଲା ମୃତ୍ୟୁ

ପେରୁର ଚିଲକାର ସ୍ଥାନୀୟ କ୍ଲବ ଜୁଭେଟ ବେଲାଭିଷ୍ଟା ଏବଂ ଫ୍ୟାମିଲିୟା ଚୋକା ମଧ୍ୟରେ ମ୍ୟାଚ୍ ଚାଲିଥିବା ବେଳେ ପଡ଼ିଆରେ ପଡ଼ିଲା ଶକ୍ତିଶାଳୀ ବଜ୍ରପାତ। ଜଣେ ଖେଳାଳିଙ୍କ ହେଲା ମୃତ୍ୟୁ।

QWE


ନୂଆଦିଲ୍ଲୀ: ପେରୁର ଚିଲକାର ସ୍ଥାନୀୟ କ୍ଲବ ଜୁଭେଟ ବେଲାଭିଷ୍ଟା ଏବଂ ଫ୍ୟାମିଲିୟା ଚୋକା ମଧ୍ୟରେ ମ୍ୟାଚ୍ ଖୋଳା ଯାଉଥିଲା। ଏହି ମ୍ୟାଚ ଚାଲିଥିବା ବେଳେ ଏକ ଭୟାବହ ଦୁର୍ଘଟଣା ଘଟିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଦୁର୍ଘଟଣାର ଭିଡିଓ ଦେଖିଲେ ଲୋମମୂଳ ଟାଙ୍କୁରି ଉଠୁଛି। ଆପଣାଛାଏଁ ମୁଖରୁ ବାହାରି ପଡ଼ୁଛି ହେ ଭଗବାନ... ଇଏ କ’ଣ ହେଲା...

ସୂଚନାଯୋଗ୍ୟ, ପେରୁର ଚିଲକାର ସ୍ଥାନୀୟ କ୍ଲବ ଜୁଭେଟ ବେଲାଭିଷ୍ଟା ଏବଂ ଫ୍ୟାମିଲିୟା ଚୋକା ମଧ୍ୟରେ ମ୍ୟାଚ୍ ଚାଲିଥିବା ବେଳେ ହଠାତ କାଳବୈଶାଖୀ ମାଡ଼ି ଆସିଥିଲା। ପରିସ୍ଥିତିକୁ ଦେଖି ସଙ୍ଗେସଙ୍ଗେ ରେଫରି ମ୍ୟାଚକୁ ଅଧାରୁ ବନ୍ଦ କରି ଖେଳାଳିମାନଙ୍କୁ ଯଥାଶୀଘ୍ର ପଡ଼ିଆ ଖାଲି କରିବାକୁ କହିଥିଲେ।

ରେଫରିଙ୍କ ପରାମର୍ଶ କ୍ରମେ ଖେଳାଳିମାନେ ପଡ଼ିଆ ଛାଡ଼ି ଡ୍ରେସିଂ ରୁମ ଅଭିମୁଖେ ଯାଉଥିବା ବେଳେ ଏକ ଶକ୍ତିଶାଳୀ ବିଜୁଳି ମାରିଥିଲା। ଏହି ବିଜୁଳି କେତେ ଭୟଙ୍କର ଥିଲା ତାହା ଆପଣମାନେ ନିମ୍ନରେ ଦିଆଯାଇଥିବା ଭିଡିଓ ଜରିଆରେ ସ୍ପଷ୍ଟ ଭାବେ ଦେଖି ପାରିବେ।

ଦୁର୍ଭାଗ୍ୟବଶତଃ ପଡ଼ିଆ ଛାଡ଼ିବା ପୂର୍ବରୁ ଏହି ଶକ୍ତିଶାଳୀ ବିଜୁଳିର ପ୍ରଭାବରେ ୫ଜଣ ଖେଳାଳି ପ୍ରଭାବିତ ହୋଇଥିଲେ। ଦୁଃଖର ବିଷୟ ଏହି ବଜ୍ରପାତର ଶିକାର ହୋଇ ୩୯ ବର୍ଷ ବୟସ୍କ ଫୁଟବଲର୍ ଜୋସ୍ ହ୍ୟୁଗୋ କ୍ରୁଜ୍ ମେଜାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। 

ଏହି ବଜ୍ରପାତର ଶିକାର ହେବାରୁ ଗୋଲକିପର ଜୁଆନ୍ ଚୋକା ଲାକ୍ଟାଙ୍କ ଶରୀରର ଅଧିକାଂଶ ଅଂଶ ଜଳି ଯାଇଛି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହିତ ଅନ୍ୟ ଆହତ ଖେଳାଳିଙ୍କୁ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରୁ ଛୁଟି କରି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe