ଯୋଗୀ ମାମୁଲି ଖେଳାଳି ନୁହନ୍ତି: ପ୍ରଧାନମନ୍ତ୍ରୀ ମୋଦି

Advertisment
ଯୋଗୀ ମାମୁଲି ଖେଳାଳି ନୁହନ୍ତି: ପ୍ରଧାନମନ୍ତ୍ରୀ ମୋଦି

Image Courtesy of TOI

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ରେ ମୋଦି ଆଜି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଟୁଇଟର୍‌ ଖେଳକୁ ପ୍ରଶଂସା କରି କହିଛନ୍ତି ଯେ ସେ ସଫଳତାର ସହ ଆଚ୍ଛା ଆଚ୍ଛା ଖେଳାଳିଙ୍କର ମୁକାବିଲା କରିଛନ୍ତି।

ଟୁଇଟର୍‌ ଜରିଆରେ କର୍ଣ୍ଣାଟକ ଏବଂ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଲାଗିଥିବା ତିକ୍ତ ବିବାଦ ଉପରେ ପ୍ରଧାନମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି।


Courtesy: ANI

ଯୋଗୀ ଆଦିତ୍ୟନାଥ ଗୋହତ୍ୟା ନିଷେଧ କରିଥିବାରୁ ସୋମବାର ଦିନ ସିଦ୍ଧରମୈୟା ତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ସେ ଲେଖିଥିଲେ: ମୁଁ ଗୋରୁ ପାଳନ କରିଛି, ତାଙ୍କୁ ଚରାଇଛି ଏବଂ ତାଙ୍କ ଗୋବର ମଧ୍ୟ କାଢ଼ିଛି। ଯୋଗୀ ଆଦିତ୍ୟ ନାଥ କ’ଣ ଏ ସବୁ କରିଛନ୍ତି?
ଯୋଗୀ ବେଙ୍ଗାଲୁରୁ ଠାରେ ନବ କର୍ଣ୍ଣାଟକ ପରିବର୍ତ୍ତନ ରାଲିରେ ଯୋଗ ଦେବାକୁ ଯାଇଥିବାବେଳେ ରବିବାର ଦିନ ସିଦ୍ଧରମୈୟା ଟୁଇଟ୍‌ କରିଥିଲେ ଯେ ନିଜ ରାଜ୍ୟରେ ଅନାହାର ସମସ୍ୟା ସୁଦ୍ଧାରିବା ପାଇଁ ଯୋଗୀ ଇନ୍ଦିରା କ୍ୟାଣ୍ଟିନ୍‌କୁ ଯାଆନ୍ତୁ।

ଆଦିତ୍ୟନାଥ ମଧ୍ୟ ଟୁଇଟର୍‌ରେ ପାଲଟା ଜବାବ ଦେଇ ତାଙ୍କୁ କର୍ଣ୍ଣାଟକର ଚାଷୀ ଆତ୍ମହତ୍ୟା କଥା ସ୍ମରଣ କରାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe