ବସରେ ଉଚ୍ଚ ଶବ୍ଦରେ ଗୀତ ବଜାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ, କର୍ଣ୍ଣାଟକ ହାଇକୋର୍ଟ ଶୁଣାଇଲେ ରାୟ

ବସରେ ଉଚ୍ଚ ଶବ୍ଦରେ ଗୀତ ବଜାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ, କର୍ଣ୍ଣାଟକ ହାଇକୋର୍ଟ ଶୁଣାଇଲେ ରାୟ

www.indiatoday.in

ବେଙ୍ଗାଲୁରୁ: ବସରେ ଉଚ୍ଚ ଶବ୍ଦରେ ଗୀତ ବଜାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ବସରୁ ଓହ୍ଲାଇବାକୁ ପଡ଼ିବ। ଆଜି ଏଭଳି ରାୟ ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କର୍ଣ୍ଣାଟକ ରାଜ୍ୟ ସଡକ ପରିବହନ ନିଗମ (କେଏସଆରଟିସି) ବସ୍ ଯୋଗେ ଯାତ୍ରା କରୁଥିବା ଯାତ୍ରୀମାନେ ଉଚ୍ଚ ଶବ୍ଦରେ ଗୀତ ବଜାଇ ପାରିବେ ନାହିଁ।

କର୍ଣ୍ଣାଟକ ହାଇକୋର୍ଟ ପୂର୍ବରୁ କୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି ଏହି ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନନ୍ତି। ବସ୍ ଭିତ‌ରେ ଉଚ୍ଚ ଶବ୍ଦରେ ଗୀତ ଏବଂ ଭିଡିଓ ବଜାଇବା ପାଇଁ ମୋବାଇଲ୍ ଫୋନର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ ବୋଲି କହିଛନ୍ତି କୋର୍ଟ। ବସରେ ଉଚ୍ଚ ଶବ୍ଦରେ ଗୀତ ବଜାଇବାା ଦ୍ବାରା ସହଯାତ୍ରୀମାନଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିବାରୁ ଏଭଳି ରାୟ ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଯଦି କେହି ଏହି ନିୟମକୁ ଉଲଂଘନ କରେ, ତେବେ ତାକୁ ବସରୁ ଓହ୍ଲାଇଦେବାକୁ କହିଛନ୍ତି କୋର୍ଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe