ସୁପ୍ରିମ୍‌ କୋର୍ଟରେ ପହଞ୍ଚିଲା ନିର୍ଭୟା ଦୋଷୀଙ୍କ ଫାଶୀ ନିମନ୍ତେ ମୃତ୍ୟୁ ପରଓ୍ଵାନା ପାଇଁ ଆବେଦନ; ଆସନ୍ତାକାଲି ଶୁଣାଣି

Advertisment
ସୁପ୍ରିମ୍‌ କୋର୍ଟରେ ପହଞ୍ଚିଲା ନିର୍ଭୟା ଦୋଷୀଙ୍କ ଫାଶୀ ନିମନ୍ତେ ମୃତ୍ୟୁ ପରଓ୍ଵାନା ପାଇଁ ଆବେଦନ; ଆସନ୍ତାକାଲି ଶୁଣାଣି

Image Source: Daily Hutnt

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଚାରି ଦୋଷୀଙ୍କୁ ଫାଶୀ ଦେବା ନିମନ୍ତେ ‘ମୃତ୍ୟୁ ପର୍‌ଓ୍ଵାନା’ (ବ୍ଲାକ୍‌ ଓ୍ଵାରେଣ୍ଟ୍‌) ଜାରି କରାଇବାକୁ କେନ୍ଦ୍ର ଓ ଦିଲ୍ଲୀ ସରକାର କରିଥିବା ଆବେଦନର ଆସନ୍ତାକାଲି ଶୁଣାଣି ହେବ ବୋଲି ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ କହିଛନ୍ତି।

ଗୁରୁବାର ଦିନ ଏହି ଆବେଦନର ସଅଳ ଶୁଣାଣି ନିମନ୍ତେ ଅତିରିକ୍ତ ସଲିସିଟର୍‌ ଜେନେରାଲ୍‌ କେ. ଏମ୍‌. ନଟରାଜ ଜଷ୍ଟିସ୍‌ ଏନ୍‌ଭି ରମନାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠଙ୍କ ଠାରେ ଉସ୍ଥାପନ କରିଥିଲେ। ଏହାକୁ ଆସନ୍ତାକାଲି ନିମନ୍ତେ ତାଲିକାଭୁକ୍ତ କରିବାକୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି।

ଉଭୟ ସରକାର ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଛନ୍ତି। ଚାରି ଦୋଷୀଙ୍କ ମଧ୍ୟରୁ ଆଇନଗତ ବିକଳ୍ପ ସାରି ଦେଇଥିବା ଅନ୍ୟୂନ ଦୁଇଜଣଙ୍କୁ ଫାଶୀ ଦିଆଯାଉ ବୋଲି କରାଯାଇଥିବା ଅନୁରୋଧକୁ ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଥିଲେ।

publive-image Image Source: Malayala Manorama

ସୁପ୍ରିମ୍‌ କୋର୍ଟଙ୍କର ଏକ ପୁରୁଣା ରାୟକୁ ଦୃଷ୍ଟାନ୍ତସ୍ୱରୂପ ଉପସ୍ଥାପନ କରି ଦିଲ୍ଲୀ ହାଇକୋର୍ଟ ଏଭଳି ରାୟ ଦେଇଥିଲେ। ସେ ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଦୁଇ ଦୋଷୀଙ୍କ ମଧ୍ୟରୁ ଦିନେ ଜଣକୁ ଫାଶୀ ଦିଆଯିବା ପରେ ଅନ୍ୟଜଣଙ୍କ ଫାଶୀଦଣ୍ଡାଦେଶ ରଦ୍ଦ କରାଯାଇଥିଲା।
ନିର୍ଭୟା ମାମଲାରେ ୪ ଦୋଷୀଙ୍କ ମଧ୍ୟରୁ ବୁଧବାର ସୁଦ୍ଧା ୩ଙ୍କର ରାଜକ୍ଷମା ଆବେଦନ ଖାରଜ ହୋଇଯାଇଛି।

ଚତୁର୍ଥ ଦୋଷୀ ପବନ ଗୁପ୍ତା ଏପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ପାଖକୁ ରାଜକ୍ଷମା ଆବେଦନ ପଠାଇ ନାହିଁ। ଏହାଛଡ଼ା ଦୋଷୀମାନେ ଅନ୍ୟତମ ଦୋଷୀ ମୁକେଶ ପରି ରାଜକ୍ଷମା ଆବେଦନ ଖାରଜ ବିରୋଧରେ ସୁପ୍ରିମ୍‌ କୋର୍ଟରେ ଆବେଦନ କରିବାକୁ ମଧ୍ୟ ହକଦାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe