ଋଣ ଅର୍ଥ ପରିଶୋଧ କରିଦେବେ ବୋଲି ପୁଣି ବ୍ୟାଙ୍କ୍‌କୁ କହିଲେ ବିଜୟ ମାଲ୍ୟା

Advertisment
ଋଣ ଅର୍ଥ ପରିଶୋଧ କରିଦେବେ ବୋଲି ପୁଣି ବ୍ୟାଙ୍କ୍‌କୁ କହିଲେ ବିଜୟ ମାଲ୍ୟା

Image Source: India Today

ଲଣ୍ଡନ୍‌: ବ୍ୟାଙ୍କ୍‌ରୁ ଉଠାଇଥିବା ଋଣ ଅର୍ଥର ମୂଳଧନ ପରିଶୋଧ କରି ଦେବେ ବୋଲି ମଦ ବ୍ୟବସାୟୀ ବିଜୟ ମାଲ୍ୟା ପୁଣି ଥରେ କହିଛନ୍ତି।
ଫେବ୍ରୁଆରି ୧୩ ତାରିଖ ଦିନ ‘ରୟାଲ୍‌ କୋର୍ଟ ଅଫ୍‌ ଜଷ୍ଟିସ୍‌’ ବାହାରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ମୁଁ ହାତଯୋଡ଼ି ବ୍ୟାଙ୍କ୍‌ମାନଙ୍କୁ ଅନୁରୋଧ କରୁଛି, ସେମାନେ ମୋତେ ଦେଇଥିବା ଋଣର ଶତପ୍ରତିଶତ ମୂଳଧନ ତୁରନ୍ତ ନେଇଯାଆନ୍ତୁ।

ସେ ଆହରୁ କହିଛନ୍ତି ଯେ ଋଣ ପରିଶୋଧରେ ଖିଲାପ କରିଥିବାରୁ ବ୍ୟାଙ୍କ ସଂଘ ମୋ ବିରୋଧରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗ ଆଧାରରେ ପ୍ରବର୍ତ୍ତନ ନିର୍ଦେଶାଳୟ ମୋର ସମ୍ପତ୍ତି ‘ଆଟାଚ୍‌’ କରିଛି। ‘ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡ୍ରିଙ୍ଗ୍‌ ଆକ୍ଟ୍‌’ରେ ଦେଖିବାକୁ ଗଲେ ମୁଁ କୌଣସି ଅପରାଧ କରିନାହିଁ। ତେଣୁ ପ୍ରବର୍ତ୍ତନ ନିର୍ଦେଶାଳୟ ସ୍ୱଇଚ୍ଛାରେ ମୋ ସମ୍ପତ୍ତି ‘ଆଟାଚ୍‌’ କରିବା ଅନୁଚିତ।

publive-image Image Source: The Asian Age

ବ୍ୟାଙ୍କ୍‌ରୁ ପ୍ରାୟ ୯୦୦୦ କୋଟି ଟଙ୍କା ଆତ୍ମସାତ କରିଥିବା ବିଜୟ ମାଲ୍ୟା ଏବେ ଇଂଲଣ୍ଡ୍‌ରେ ରହୁଛନ୍ତି। ତାଙ୍କୁ ପ୍ରତ୍ୟର୍ପଣ କରାଯାଉ ବୋଲି ଭାରତ ଇଂଲଣ୍ଡ୍‌କୁ ଅନୁରୋଧ କରିଛି। ଲଣ୍ଡନ୍‌ ଅଦାଲତରେ ମଧ୍ୟ ତାଙ୍କ ନାମରେ ମାମଲା ଚାଲିଛି। ଏହି ମାମଲାରେ ଚାଲିଥିବା ତିନିଦିନିଆ ଶୁଣାଣି ନିମନ୍ତେ ତାଙ୍କୁ ଅଦାଲତରେ ହାଜର କରାଯାଇଛି। ଲର୍ଡ ଜଷ୍ଟିସ୍‌ ଷ୍ଟିଫେନ୍‌ ଇର୍‌ଓ୍ଵିନ୍‌ ଏବଂ ଜଷ୍ଟିସ୍‌ ଏଲିଜାବେଥ୍‌ ଲାଇଙ୍ଗ୍‌ଙ୍କ ଖଣ୍ଡପୀଠରେ ତାଙ୍କର ଶୁଣାଣି ହେଉଛି।

ଭାରତକୁ ପ୍ରତ୍ୟର୍ପଣ କରାଯିବା ଆଦେଶ ବିରୋଧରେ ମାଲ୍ୟା ଲଣ୍ଡନ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଓକିଲ ଯୁକ୍ତି କରିଥିଲେ କି, ମାଲ୍ୟା ବ୍ୟାଙ୍କ୍‌ ଠକେଇ କରିନାହାନ୍ତି। ତାଙ୍କ ବ୍ୟବସାୟ ସଂସ୍ଥା ‘କିଙ୍ଗ୍‌ ଫିସର୍‌’ ଦେବାଳିଆ ହୋଇ ଯାଇଛି। ଏହି ଆବେଦନ ଉପରେ ଏବେ ଲଣ୍ଡନ୍‌ ଅଦାଲତ ବିଚାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe