ସଂସଦ ବାହାରେ ଚାଷୀ ଆନ୍ଦୋଳନକୁ ଅନୁମତି ଦେଲାନି ପୁଲିସ, ମେଟ୍ରୋ ରେଳ କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ କହିଲା

Advertisment

ସୀମାରେ ପୁଲିସ-କୃଷକ ନେତା ଆଲୋଚନା

ସୀମାରେ ପୁଲିସ-କୃଷକ ନେତା ଆଲୋଚନା

ସଂସଦ ବାହାରେ ଚାଷୀ ଆନ୍ଦୋଳନକୁ ଅନୁମତି ଦେଲାନି ପୁଲିସ, ମେଟ୍ରୋ ରେଳ କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ କହିଲା

The Diplomat

ନୂଆଦିଲ୍ଲୀ: ଦିଲ୍ଲୀରେ ‌ଏବେ କରୋନା ସଂକ୍ରମଣକୁ ନେଇ କଟକଣା ଜାରି ରହିଛି। ଏଭଳି ପରିସ୍ଥିତିରେ ସଂସଦ ଭବନ ନିକଟରେ କୃଷକମାନଙ୍କୁ ଆନ୍ଦୋଳନ କରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ଦିଲ୍ଲୀ ପୁଲିସ କହିଛି। କୃଷକମାନେ ଆସନ୍ତା ୨୨ ତାରିଖରୁ ସଂସଦ ଭବନ ନିକଟରେ ଆନ୍ଦୋଳନ କରିବା ଯୋଜନା ରଖିଛନ୍ତି। ତେଣୁ ଏହି ଆନ୍ଦୋଳନ ସଂପର୍କରେ କୃଷକ ନେତାମାନେ ପୁନଃବିଚାର କରନ୍ତୁ ବୋଲି କୁହାଯାଇଛି।

କେନ୍ଦ୍ର ଏବଂ ଦିଲ୍ଲୀ ସରକାର କରୋନା ପ୍ରୋଟୋକଲ ପାଳନକୁ ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି। ଏଭଳି ସ୍ଥିତିରେ କୌଣସି ପ୍ରକାର ପ୍ରଦର୍ଶନକୁ ଅନୁମତି ଦିଲ୍ଲୀ ପୁଲିସ ଦେବନାହିଁ। ତେବେ ଚାଷୀମାନେ ୨୨ ତାରିଖରୁ ମୌସୁମୀ ଅଧିବେଶନ ଶେଷହେବା ଯାଏଁ ସଂସଦ ବାହାରେ ପ୍ରଦର୍ଶନ କରିବେ ବୋଲି ପୂର୍ବରୁ ଘୋଷଣା କରିଛନ୍ତି। ପ୍ରତିଦିନ ୨୦୦ ଲେଖାଏଁ ଚାଷୀ ଆନ୍ଦୋଳନରେ ସାମିଲ ହେବେ। ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ହେବ ବୋଲି କୁହାଯାଉଥିଲେ ମଧ୍ୟ ଦିଲ୍ଲୀ ପୁଲିସ ଏଥିପାଇଁ କରୋନା ସଂକ୍ରମଣ ଆଳରେ ଅନୁମତି ଦେଉନାହିଁ। ୩ଟି ଯାକ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର ଏବଂ ଆଇନଗତ ଭାବେ ସର୍ବନିମ୍ନ ସହାୟକ ମୂଲ୍ୟର ଗ୍ୟାରେଣ୍ଟି ପାଇଁ ଚାଷୀମାନେ ସେମାନଙ୍କ ଆନ୍ଦୋଳନ ଗତବର୍ଷ ନଭେମ୍ବର ୨୬ ତାରିଖରୁ ଦିଲ୍ଲୀ ସୀମାରେ ଚଳାଇ ରଖିଛନ୍ତି। ଆଜି ସିଂଘୁ ସୀମାରେ ଦିଲ୍ଲୀ ପୁଲିସ ପକ୍ଷରୁ କୃଷକ ନେତାମାନଙ୍କ ସହିତ ଆଲୋଚନା କରାଯାଇଛି। ଆନ୍ଦୋଳନକାରୀଙ୍କ ସଂଖ୍ୟା ୨୦୦ରୁ କମାଇବା ପାଇଁ କୁହାଯାଇଥିଲା। କିନ୍ତୁ ଏଥିରେ କୃଷକ ନେତାମାନେ ରାଜି ହୋଇନାହାନ୍ତି। ପ୍ରତ୍ୟେକ ଆନ୍ଦୋଳନକାରୀଙ୍କୁ ପରିଚୟ ବ୍ୟାଜ୍ ଦିଆଯିବ। ସେହିଭଳି ଆନ୍ଦୋଳନକାରୀଙ୍କ ତାଲିକା ସରକାରଙ୍କୁ ହସ୍ତାନ୍ତର କରାଯିବ ବୋଲି ଚାଷୀନେତା ଶିବ କୁମାର କକ୍କା କହିଛନ୍ତି।

ଚାଷୀ ଆନ୍ଦୋଳନ ପରିପ୍ରେକ୍ଷୀରେ ଦିଲ୍ଲୀ ପୁଲିସ ଆଜି ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ (ଡିଏମ୍‌ଆର୍‌ସି)କୁ ଏକ ଚିଠି ଲେଖିଛି। ଆବଶ୍ୟକ ପଡ଼ିଲେ ମେଟ୍ରୋ ରେଳର ୭ଟି ଷ୍ଟେସନ ସୋମବାର ବନ୍ଦ ରଖିବା ପାଇଁ ଚିଠିରେ କୁହାଯାଇଛି। ଏସବୁ ଷ୍ଟେସନଗୁଡ଼ିକରେ ଅଧିକ ସତର୍କତା ଅବଲମ୍ବନ କରାଯିବା ପାଇଁ ମେଟ୍ରୋ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe