ମୃତକଙ୍କ ଫଟୋକୁ ନେଇ ଭୁଲ୍‌ ଖବର ପ୍ରସାରିତ ବନ୍ଦ୍‌ କରିବାକୁ ନିବେଦନ କଲେ ସଂପର୍କୀୟ

Advertisment

ଅହମଦାବାଦ୍‌ ବିମାନ ଦୁର୍ଘଟଣାକୁ ସହ୍ୟ କରିବା ପାଇଁ ସାରା ଦେଶ ସଂଘର୍ଷ କରୁଥିବା ବେଳେ ଜଣେ ମୃତକଙ୍କ ଶୋକାକୁଳ ପରିବାର ସଦସ୍ୟ ସୋସିଆଲ ମିଡିଆରେ ଏହି ଦୁର୍ଘଟଣାକୁ ନେଇ ହେଉଥବା ଅପପ୍ରଚାରକୁ ବନ୍ଦ୍‌ କରିବାକୁ ନିବେଦନ କରିଛନ୍ତି। 

ଅହମଦାବାଦ୍‌ ବିମାନ ଦୁର୍ଘଟଣାକୁ ସହ୍ୟ କରିବା ପାଇଁ ସାରା ଦେଶ ସଂଘର୍ଷ କରୁଥିବା ବେଳେ ଜଣେ ମୃତକଙ୍କ ଶୋକାକୁଳ ପରିବାର ସଦସ୍ୟ ସୋସିଆଲ ମିଡିଆରେ ଏହି ଦୁର୍ଘଟଣାକୁ ନେଇ ହେଉଥବା ଅପପ୍ରଚାରକୁ ବନ୍ଦ୍‌ କରିବାକୁ ନିବେଦନ କରିଛନ୍ତି। 

ସରିିରଳ ଚୁଳି

ଅହମଦାବାଦ୍‌: ନିକଟ ଅତୀତରେ ଅହମଦାବାଦ୍‌ ବିମାନ ଦୁର୍ଘଟଣାରେ ୨୭୦ ଜଣଙ୍କ ମୃତ୍ୟୁ ଘଟିଥିବା ଭୟଙ୍କର ଏୟାର ଇଣ୍ଡିଆ ଦୁର୍ଘଟଣାକୁ ସହ୍ୟ କରିବା ପାଇଁ ସାରା ଦେଶର ପରିବାର ସଂଘର୍ଷ କରୁଥିବା ବେଳେ ଜଣେ ମୃତକଙ୍କ ଶୋକାକୁଳ ପରିବାର ସଦସ୍ୟ ସୋସିଆଲ ମିଡିଆରେ ଏହି ଦୁର୍ଘଟଣାକୁ ନେଇ ହେଉଥବା ଅପପ୍ରଚାରକୁ ବନ୍ଦ୍‌ କରିବ‌ାକୁ ନିବେଦନ କରିଛନ୍ତି। 

ନିଜର ସ୍ବାମୀ ଓ ୩ ପିଲାଙ୍କ ସହ ଦୁର୍ଘଟଣା‌ରେ ପ୍ରାଣ ହରାଇଥିବା କୋମି ବ୍ୟାସଙ୍କ ସମ୍ପର୍କୀୟ ଭାଇ କୁଲଦୀପ ଭଟ୍ଟ କଣ୍ଟେଣ୍ଟ୍‌ କ୍ରିଏଟର୍‌ମାନଙ୍କୁ ଭୁଲ୍‌ ସୂଚନା ପ୍ରସାର ନକରିବାକୁ ନିବେଦନ କରିଛନ୍ତି। 

ଲାଇକ୍ ଏବଂ ଭ୍ୟୁ ହାସଲ କରିବା ପାଇଁ କ୍ରିଏଟର୍‌ମାନେ‌ ଯେଉଁଭଳି ବିକୃତ ଚିତ୍ର ଏବଂ ନକଲି ଭିଡିଓ ବ୍ୟବହାର କରିଛନ୍ତି, ସେଥିପାଇଁ ସେ ନିନ୍ଦା କରିଛନ୍ତି।

"ସବୁଠାରୁ ବଡ଼ ସମସ୍ୟା ହେଉଛି ଯେ ଆମ ପରିବାର ଏବଂ ଅନ୍ୟ ୨୭୦ ଜଣଙ୍କ ପରିବାରର ସଦସ୍ୟମାନେ ମାନସିକ ଯନ୍ତ୍ରଣାରେ ଗତି କରୁଛନ୍ତି। ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର୍‌ମାନେ ସେମାନଙ୍କର ଭିୟୁ, ଲାଇମ୍‌ ଓ ଫଲୋୟର୍ସ ବୃଦ୍ଧି କରିବା ପାଇଁ କ୍ରାସ୍ ଭିଡିଓର ଅପବ୍ୟବହାର କରୁଛନ୍ତି, ବିକୃତ ଦୃଶ୍ୟ ପୋଷ୍ଟ କରୁଛନ୍ତି’’ ବୋଲି ଭଟ୍ଟ କହିଛନ୍ତି।

ଭଟ୍ଟ ନିର୍ଦ୍ଦିଷ୍ଟ ଘଟଣା ବିଷୟରେ କହିଥିଲୋ ଯେଉଁଠାରେ ବ୍ୟକ୍ତିଗତ ପରିବାର ଫଟୋଗୁଡ଼ିକରେ ସତ୍ୟତା ନଥିଲା।  "ଯେତେବେଳେ କୋମି ଏବଂ ଅନ୍ୟମାନେ ବିମାନ ଛାଡିବାକୁ ଯାଉଥିଲେ, ସେମାନେ ଏକ ସେଲଫି ଉଠାଇ ଆମ ପରିବାର ଗ୍ରୁପ୍ରେ ପୋଷ୍ଟ କରିଥିଲେ। ଏବେ ସେହି ଫଟୋ ଭାଇରାଲ ହୋଇଛି। ଲୋକମାନେ ସେହି ଫଟୋରୁ ଭିଡିଓ ତିଆରି କରୁଛନ୍ତି। ସାରା ଭାରତରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି। ଏହା ଏଆଇ-ଜେନେରେଟେଡ୍। ଫଟୋକୁ ଏକ ନକଲି ଭିଡିଓ କରାଯାଇଛି," ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe