ନାଁକୁ ନେଇ ଦ୍ବନ୍ଦ୍ବ: ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ନୁହଁନ୍ତି ବୋଲି ସ୍ପଷ୍ଟ କଲେ ଭାରତୀୟ ଗୋଲକିପର ଅମ୍ରିନ୍ଦର ସିଂ

Advertisment

ଜାଣନ୍ତୁ ପୂରା ଘଟଣା

ଜାଣନ୍ତୁ ପୂରା ଘଟଣା

ନାଁକୁ ନେଇ ଦ୍ବନ୍ଦ୍ବ: ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ନୁହଁନ୍ତି ବୋଲି ସ୍ପଷ୍ଟ କଲେ ଭାରତୀୟ ଗୋଲକିପର ଅମ୍ରିନ୍ଦର ସିଂ

ଚଣ୍ଡୀଗଡ଼: ପଞ୍ଜାବ ରାଜନୀତିରେ ଲାଗି ରହିଛି ରାଜନୈତିକ ହଟଚମଟ । ଏହାକୁ ନେଇ ଏବେ ଚର୍ଚ୍ଚାରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ହେଲେ ଟ୍ୱିଟରରେ ଅମରିନ୍ଦର ସିଂଙ୍କ ଏହି ନାଁକୁ ନେଇ ଆଉ ଏକ ଚର୍ଚ୍ଚା ଆରମ୍ଭ ହାଇଛି । ନାଁ ସମାନ ହୋଇଥିବାରୁ ଅନେକ ଟ୍ବିଟର ବ୍ୟବହାରକାରୀ ଭାରତୀୟ ଫୁଟବଲ ଟିମର ଗୋଲକିପର ଅମ୍ରିନ୍ଦର ସିଂହଙ୍କୁ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ବୋଲି ଭାବି ଟ୍ୟାଗ କରିବା ଆରମ୍ଭ କରିଛନ୍ତି। ବାରମ୍ବାର ଏଭଳି ହେବା ପରେ ଏବେ ଟ୍ବିଟ କରି ଲୋକଙ୍କ ଦ୍ବନ୍ଦ୍ବ ଦୂର କରିଛନ୍ତି ଅମ୍ରିନ୍ଦର।

ଫୁଟବଲ ଖେଳାଳି ଅମ୍ରିନ୍ଦର ସିଂ ଟ୍ୱିଟ କରି ଲେଖିଛନ୍ତି ‌ଯେ, ପ୍ରିୟ ନ୍ୟୁଜ ମିଡିଆ, ମୁଁ ଅମ୍ରିନ୍ଦର ସିଂ, ଭାରତୀୟ ଫୁଟବଲ ଟିମର ଗୋଲକିପର । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନୁହେଁ। ତେଣୁ ଦୟା କରି ମତେ ଆପଣଙ୍କ ପୋଷ୍ଟରେ ଟ୍ୟାଗ କରିବା ବନ୍ଦ କରନ୍ତୁ। ଏହି ଟ୍ୱିଟର ଜବାବ ଦେଇ ଅମରିନ୍ଦର ସିଂ କହିଛନ୍ତି, ମୋର ସହାନୁଭୂତି ତୁମ ସହ ଅଛି । ଆଗାମୀ ମ୍ୟାଚ ପାଇଁ ଶୁଭକାମନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe