ଇଣ୍ଡୋନେସିଆ ପର୍ଯ୍ୟଟନ ଶିଳ୍ପର ଦୁଃଖଦ କାହାଣୀ ପାଲଟିଛି ‘ପ୍ଲେଜର ମ୍ୟାରେଜ’

Advertisment

ଇଣ୍ଡୋନେସିଆ ପର୍ଯ୍ୟଟନ ଶିଳ୍ପରେ ‘ପ୍ଲେଜର ମ୍ୟାରେଜ’ ଏକ ଦୁଃଖଦ କାହାଣୀ ପାଲଟିଛି। ପର୍ଯ୍ୟଟକମାନେ କିଛି ଦିନ ପାଇଁ ‘ପ୍ଲେଜର ମ୍ୟାରେଜ’ ଚୁକ୍ତି ଅନୁସାରେ ପତ୍ନୀ ପାଇଥାନ୍ତି। ପର୍ଯ୍ୟଟକ ଦେଶ ଛାଡ଼ି ଯିବା ସମୟରେ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥାନ୍ତି...

ଇଣ୍ଡୋନେସିଆ ପର୍ଯ୍ୟଟନ ଶିଳ୍ପରେ ‘ପ୍ଲେଜର ମ୍ୟାରେଜ’ ଏକ ଦୁଃଖଦ କାହାଣୀ ପାଲଟିଛି। ପର୍ଯ୍ୟଟକମାନେ କିଛି ଦିନ ପାଇଁ ‘ପ୍ଲେଜର ମ୍ୟାରେଜ’ ଚୁକ୍ତି ଅନୁସାରେ ପତ୍ନୀ ପାଇଥାନ୍ତି। ପର୍ଯ୍ୟଟକ ଦେଶ ଛାଡ଼ି ଯିବା ସମୟରେ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥାନ୍ତି...

WhatsApp Image 2024-10-04 at 3.48.55 PM

ଜାକର୍ତ୍ତା:  ଇଣ୍ଡୋନେସିଆ ପର୍ଯ୍ୟଟନ ଶିଳ୍ପରେ  ‘ପ୍ଲେଜର ମ୍ୟାରେଜ’ ଏକ ଦୁଃଖଦ କାହାଣୀ ପାଲଟିଛି।  ପର୍ଯ୍ୟଟକମାନେ କିଛି ଦିନ ପାଇଁ ‘ପ୍ଲେଜର ମ୍ୟାରେଜ’ ଚୁକ୍ତି ଅନୁସାରେ ପତ୍ନୀ ପାଇଥାନ୍ତି।  ପର୍ଯ୍ୟଟକ ଦେଶ ଛାଡ଼ି ଯିବା ସମୟରେ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥାନ୍ତି।

 ଦେଶକୁ ଆସୁଥିବା ପର୍ଯ୍ୟଟକ ଗାଇଡ୍ ଖୋଜିବା ବଦଳରେ ପତ୍ନୀ ଖୋଜି ବସୁଛନ୍ତି। ଗରୀବ ଯୁବତୀଙ୍କୁ ଦେଶର ପର୍ଯ୍ୟଟନ ଶିଳ୍ପ ଆଇନ ଅନ୍ତର୍ଗତ ପର୍ଯ୍ୟଟକ ‘ପ୍ଲେଜର ମ୍ୟାରେଜ’ କରୁଛନ୍ତି। ସମ୍ପୃକ୍ତ ଯୁବତୀ ସାଧାରଣ ପତ୍ନୀ ଭଳି ପର୍ଯ୍ୟଟକଙ୍କର ସମସ୍ତ ଦାୟିତ୍ବ ବହନ କରୁଛନ୍ତି।   ପର୍ଯ୍ୟଟକମାନେ ନିଜ ପସନ୍ଦର ମହିଳାଙ୍କୁ କିଛି ଦିନ ପାଇଁ  ନିଜ ପତ୍ନୀ ଭାବରେ ରଖୁଛନ୍ତି ଏବଂ ଯାତ୍ରା ଶେଷ ହେବା ପରେ ତାଙ୍କୁ ଛାଡପତ୍ର ଦେଉଛନ୍ତି । 

ଇଣ୍ଡୋନେସିଆରେ ପର୍ଯ୍ୟଟନ ଶିଳ୍ପର ବିକାଶ ‘ପ୍ଲେଜର ମ୍ୟାରେଜ’ ପାଇଁ ହୋଇ ପାରିଛି।  ଇଣ୍ଡୋନେସିଆ ସହିତ 
ଦକ୍ଷିଣ ପୂର୍ବ ଏସୀୟ ଦେଶମାନଙ୍କରେ  ମଧ୍ୟ ‘ପ୍ଲେଜର ମ୍ୟାରେଜ’ର ପ୍ରାଦୁର୍ଭାବ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବିଶେଷ କରି ଇଣ୍ଡୋନେସିଆରେ ଏହା ବହୁତ ଦେଖାଯାଉଛି।

ଲସ୍ ଆଞ୍ଜେଲସ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଇଣ୍ଡୋନେସିଆରେ ‘ପ୍ଲେଜର ମ୍ୟାରେଜ’ ଏକ ବଡ଼ ଶିଳ୍ପରେ ପରିଣତ ହୋଇଛି। ଅନେକ ମହିଳା ନିଜର ରୋଜଗାର  ପାଇଁ ‘ପ୍ଲେଜର ମ୍ୟାରେଜର ଏକ ଅଂଶ ହେଉଛନ୍ତି ।  ଏହା ଇଣ୍ଡୋନେସିଆର ପର୍ଯ୍ୟଟନ ଶିଳ୍ପ ଏବଂ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ବିକଶିତ କରୁଛି।

ଇଣ୍ଡୋନେସିଆରେ ‘ପ୍ଲେଜର ମ୍ୟାରେଜ’ ଏକ ପେଶାରେ ପରିଣତ ହୋଇଛି। ବିଶେଷକରି ଗ୍ରାମରେ ରହୁଥିବା ଗରୀବ ମହିଳାମାନେ ଏହାର ଏକ ଅଂଶ ହେଉଛନ୍ତି।  ଆର୍ଥିକ ସ୍ଥିତିରେ ସୁଧାର ପାଇଁ  କିଛି ମହିଳାଙ୍କ ପରିବାର ସଦସ୍ୟ ସେମାନଙ୍କୁ ‘ପ୍ଲେଜର ମ୍ୟାରେଜ’ କରିବାକୁ ଚାପ ପକାଉଥିବାବେଳେ କିଛି ମହିଳା ଟଙ୍କା ରୋଜଗାର କରିବା ପାଇଁ ନିଜ ଇଚ୍ଛାରେ ଏହି ପେଶା ଗ୍ରହଣ କରୁଛନ୍ତି।

ରିଅଲ୍ ଇଷ୍ଟେଟ୍ ଇଣ୍ଡଷ୍ଟ୍ରି ପରି ଏଠାରେ ମଧ୍ୟ ଦଲାଲ ଅଛନ୍ତି, ଯେଉଁମାନେ ପର୍ଯ୍ୟଟକଙ୍କୁ ସେମାନଙ୍କ ଚାହିଦା ଅନୁଯାୟୀ ପରିଚିତ କରାନ୍ତି ଏବଂ ଦୁହେଁ ବିବାହ କରନ୍ତି।

ପର୍ଯ୍ୟଟକମାନେ ସେମାନଙ୍କର ବିଳାସ ପାଇଁ ‘ପ୍ଲେଜର ମ୍ୟାରେଜ’ କରୁଛନ୍ତି ଏବଂ ଯାତ୍ରା ଶେଷ ହେବା ପରେ ମହିଳାଙ୍କୁ ଛାଡପତ୍ର ଦେଉଛନ୍ତି। ଦେଶରେ ବହୁ ମହିଳା ୨୦ରୁ ଅଧିକ ଥର ଭିନ୍ନ ଭିନ୍ନ ପର୍ଯ୍ୟଟକଙ୍କୁ ବିବାହ କରିସାରିଛନ୍ତି। ଏଥି ପାଇଁ ସମ୍ପୃକ୍ତ ମହିଳାଙ୍କୁ ୫୦୦ ଡଲାର ପର୍ଯ୍ୟନ୍ତ ମିଳିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe