Image Courtesy of India Today
ମଲପ୍ପୁରମ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟମାନଙ୍କ ମଧ୍ୟରେ ଥିବା ସମ୍ପର୍କ ନଷ୍ଟ କରି ଭାରତୀୟ ଭାବଧାରାକୁ ବିଧ୍ବଂସ୍ତ କରୁଛନ୍ତି ବୋଲି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଦୋଷାରୋପ କରିଛନ୍ତି।
କେରଳର ମଲପ୍ପୁରମ୍ରେ ଏକ ‘ଡାଏଲିସିସ୍ ସେଣ୍ଟର୍’ର ଉଦ୍ଘାଟନୀ ଉତ୍ସବରେ ଭାଷଣ ଦେବା ବେଳେ ରାହୁଲ୍ ଗାନ୍ଧୀ କହିଛନ୍ତି, ଭାରତବାସୀଙ୍କ ମଧ୍ୟରେ ଥିବା ସମ୍ପର୍କ ନଷ୍ଟ କରି ସେ (ପ୍ରଧାନମନ୍ତ୍ରୀ ମୋଦୀ) ଭାରତୀୟ ଭାବଧାରାକୁ ବିଧ୍ବଂସ୍ତ କରୁଛନ୍ତି। ଭାରତ କେବଳ ଗୋଟାଏ ଭୌଗୋଳିକ ଅଞ୍ଚଳ ନୁହେଁ, ଭାରତ ହେଉଛି ସେଥିରେ ବସବାସ କରୁଥିବା ଜନସାଧାରଣ ଏବଂ ପରସ୍ପର ମଧ୍ୟରେ ଥିବା ସେମାନଙ୍କର ସମ୍ପର୍କ।
Image Courtesy of Zee Newsସେ ଆହୁରି ମଧ୍ୟ କହିଛନ୍ତି, ସେମାନେ କହନ୍ତି ଭାରତ ଗୋଟାଏ ଅଞ୍ଚଳ, ଆମେ କହୁ ଭାରତ ହେଉଛି ଅଧିବାସୀ ଓ ସମ୍ପର୍କ। ଭାରତ ହେଉଛି ହିନ୍ଦୁ ଓ ମୁସଲମାନ୍, ହିନ୍ଦୁ, ମୁସଲମାନ୍ ଏବଂ ଶିଖ୍, ତାମିଲ୍, ହିନ୍ଦୀ, ଉର୍ଦ୍ଦୁ ଓ ବଙ୍ଗଳା ଭାଷା ମଧ୍ୟରେ ଥିବା ସମ୍ପର୍କ। ପ୍ରଧାନମନ୍ତ୍ରୀ ଉପରୋକ୍ତ ସମ୍ପର୍କ ସବୁ ନଷ୍ଟ କରି ଦେଉଥିବାରୁ ମୁଁ ଚିନ୍ତିତ।
ଦୁଇ ଭାରତୀୟ ସମ୍ପ୍ରଦାୟଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଘୃଣାଦ୍ବାରା ସେ ନଷ୍ଟ କରୁଥିବା ବେଳେ ସ୍ନେହଦ୍ବାରା ସେ ସମ୍ପର୍କ ସଂଯୋଗ କରିବା ହେଉଛି ମୋର କର୍ତ୍ତବ୍ୟ। କେବଳ ମୋ କର୍ତ୍ତବ୍ୟ ନୁହେଁ, ଆମ୍ଭମାନଙ୍କ କର୍ତ୍ତବ୍ୟ ବୋଲି ରାହୁଲ୍ କହିଛନ୍ତି।
ଦେଶରେ ଥିବା ବିଭିନ୍ନ ପ୍ରଥା, ଭାବଧାରା, ଧର୍ମ ଏବଂ ସଂସ୍କୃତିକୁ ନ ବୁଝି ସେ ସମ୍ପର୍କ ସୁଧାରି ପାରିବେ ନାହିଁ। ପୁଣି, ସେ ସବୁକୁ ବୁଝିବାର ଇଚ୍ଛା ନେଇ ନମ୍ର ଭାବେ ଜଣକୁ ବିଭିନ୍ନ ପ୍ରଦେଶ ଏବଂ ଧାର୍ମିକ ସ୍ଥାନ ପରିଦର୍ଶନ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
Follow Us