ପିଏମ୍‌ କେୟାର୍ସ ପାଣ୍ଠି ପ୍ରସଙ୍ଗ: ସୁପ୍ରିମ୍‌ କୋର୍ଟରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର

Advertisment
ମଦ ଦୋକାନ ଲଟେରି ପ୍ରସଙ୍ଗ : ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

Image Source: Zee News

ନୂଆଦିଲ୍ଲୀ: ପିଏମ୍‌ କେୟାର୍ସ ପାଣ୍ଠିରେ ଜମା ହୋଇଥିବା ଅର୍ଥକୁ ଏନ୍‌ଡିଆର୍‌ଏଫ୍‌ (ନ୍ୟାସନାଲ ଡିଜାଷ୍ଟର ରେସ୍‌ପନ୍‌ସ ଫଣ୍ଡ)କୁ ଟ୍ରାନ୍‌ସଫର ହେବା ନେଇ ହୋଇଥିବା ପିଟିସନ ବିରୋଧରେ କେନ୍ଦ୍ର ସରକାର ସୁପ୍ରିମ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ଏନ୍‌ଡିଆର୍‌ଏଫ୍‌ ଏବଂ ଏସ୍‌ଡିଆର୍‌ଏଫ୍‌ ଭଳି ପାଣ୍ଠିକୁ ପିଏମ୍‌ କେୟାର୍ସ ପାଣ୍ଠି ନିଷିଦ୍ଧ କରିବ ନାହିଁ ବୋଲି କେନ୍ଦ୍ର ସରକାର ଉଲ୍ଲେଖ କରିଛନ୍ତି। ଏକ ଏନ୍‌ଜିଓ 'ସେଣ୍ଟର ଫର୍‌ ପବ୍ଲିକ' ପକ୍ଷରୁ ଏହା ବିରୋଧରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା।

ଏ ନେଇ ଅଧିକ ତଥ୍ୟ ରଖିବାକୁ ଗତ ଜୁନ୍‌ ୧୮ରେ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ, କୋଭିଡ-୧୯ ବିରୋଧରେ ଲଢେଇ କରିବା ଉଦ୍ଦେଶ୍ୟରେ ଗତ ମାର୍ଚ୍ଚ ୨୮ରେ ପିଏମ୍‌ କେୟାର୍ସ ପାଣ୍ଠି ଗଠନ କରାଯାଇଥିଲା। କୋଭିଡ-୧୯ ବିରୋଧରେ ଲଢିବା ଉଦ୍ଦେଶ୍ୟରେ ଜନସାଧାରଣ ଏହି ପାଣ୍ଠିକୁ ମୁକ୍ତ ହସ୍ତରେ ଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe