ପିଏମ୍‌ କେୟାର୍ସ ପାଣ୍ଠିକୁ ପ୍ରଥମ ୫ ଦିନରେ ଆସିଛି ୩୦୭୬ କୋଟି, ଦାତାଙ୍କ ନାମ ଘୋଷଣା ନହେବା ନେଇ ପ୍ରଶ୍ନ ଉଠାଇଲେ ଚିଦମ୍ବରମ୍‌

ମୋଦୀ ସରକାରଙ୍କୁ ଚିଦମ୍ବରମ୍‌ଙ୍କ ପ୍ରଶଂସା

The News Now

ନୂଆଦିଲ୍ଲୀ : କରୋନା ମହାମାରୀର ମୁକାବିଲା ପାଇଁ ଆବଶ୍ୟକ ସମ୍ବଳ ଯୋଗାଡ଼ ନିମନ୍ତେ ମୋଦୀ ସରକାର ଚଳିତବର୍ଷ ମାର୍ଚ୍ଚ ମାସରେ ପିଏମ୍‌ କେୟାର୍ସ ପାଣ୍ଠି ଗଠନ କରିଛନ୍ତି। ଉକ୍ତ ପାଣ୍ଠି ଗଠନ ହେବାର ପ୍ରଥମ ୫ ଦିନରେ ୩୦୭୬ କୋଟି ଟଙ୍କା ଆସିଛି। ସରକାରଙ୍କ ପକ୍ଷରୁ ପ୍ରକାଶିତ ଅଡିଟ୍‌‌ ରିପୋର୍ଟରେ ଏହା ଦର୍ଶାଯାଇଛି। ୩୦୭୬ କୋଟି ଟଙ୍କା ମଧ୍ୟରୁ ୩୦୭୫.୮୫ କୋଟି ଟଙ୍କା ଦେଶ ଭିତରୁ ମିଳିଥିବାବେଳେ ବିଦେଶରୁ ୩୯.୬୭ ଲକ୍ଷ ଟଙ୍କା ମିଳିଛି। ଏହି ପାଣ୍ଠିରେ ପ୍ରଥମେ ୨.୨୫ ଲକ୍ଷ ଟଙ୍କା ଥିଲା ଏବଂ ସୁଧ ବାବଦରେ ପ୍ରାୟ ୩୫ ଲକ୍ଷ ଟଙ୍କା ମିଳିଥିବା ରିପୋର୍ଟରେ କୁହାଯାଇଛି। ଅଡିଟ୍ ରିପୋର୍ଟକୁ ପିଏମ୍‌ ‌କେୟାର୍ସ ପାଣ୍ଠିର ୱେବସାଇଟ୍‌ରେ ଅପଲୋଡ୍ କରାଯାଇଛି। କିନ୍ତୁ କେଉଁମାନେ ଏହି ଟଙ୍କା ଦାନ କରିଛନ୍ତି ସେ ସଂକ୍ରାନ୍ତରେ କୌଣସି ତଥ୍ୟ ପ୍ରଦାନ କରାଯାଇନାହିଁ।

ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦମ୍ବରମ। ଏହି ବଦାନ୍ୟ ବ୍ୟକ୍ତିମାନଙ୍କ ନାମକୁ କାହିଁକି ପ୍ରକାଶ କରାଯାଇ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏକ ନିର୍ଦ୍ଦିଷ୍ଟ ପରିମାଣରୁ ଅଧିକ ରାଶି ଦାନ କରୁଥିବା ବ୍ୟକ୍ତି ବା ସଂସ୍ଥାଙ୍କ ନାମ ପ୍ରକାଶ କରିବା ନିୟମ ଏନ୍‌ଜିଓଗୁଡ଼ିକ ପାଇଁ ରହିଥିବାବେଳେ ପିଏମ୍‌ କେୟାର୍ସ ଫଣ୍ଡ ଏଥିରୁ କାହିଁକି ବାଦ୍ ପଡ଼ିଛି ବୋଲି ସେ ପଚାରିଛନ୍ତି। ଦାନ ଗ୍ରହଣ କରୁଥିବା ବ୍ୟକ୍ତି ଓ ଟ୍ରଷ୍ଟିଙ୍କ ନାମ ପ୍ରକାଶ ପାଉଥିବାବେଳେ ଟ୍ରଷ୍ଟିମାନେ ଦାତାଙ୍କ ନାମ ପ୍ରକାଶ କରିବାକୁ କାହିଁକି ଭୟ କରୁଛନ୍ତି ବୋଲି ଚିଦମ୍ବରମ ଟ୍ବିଟ୍ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଉକ୍ତ ପାଣ୍ଠି ଚଳିତବର୍ଷ ମାର୍ଚ୍ଚ ୨୭ ତାରିଖରେ ସ୍ଥାପନ ହୋଇଥିଲା। ମାର୍ଚ୍ଚ ମାସର ଶେଷ ୫ ଦିନରେ ଉପରୋକ୍ତ ରାଶି ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe