ପିଏମ କେଆର୍ସ ଫଣ୍ଡକୁ ଏତିକି ଟଙ୍କା ଦାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment

ଏ ପର୍ଯ୍ୟନ୍ତ ୧୦୩କୋଟି ଟଙ୍କା ଦାନ କରି ସାରିଛନ୍ତି ପ୍ରଧାନମନ୍ତ୍ରୀ

ଏ ପର୍ଯ୍ୟନ୍ତ ୧୦୩କୋଟି ଟଙ୍କା ଦାନ କରି ସାରିଛନ୍ତି ପ୍ରଧାନମନ୍ତ୍ରୀ

ପିଏମ କେଆର୍ସ ଫଣ୍ଡକୁ ଏତିକି ଟଙ୍କା ଦାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ

indiatoday

ନୂଆଦିଲ୍ଲୀ: ଗତକାଲି ପ୍ରଥମ ପିଏମ କେଆର୍ସ ଫଣ୍ଡ ଅଡିଟ୍ ରିପୋର୍ଟ ସାର୍ବଜନୀନ ହେବା ପରେ ଆଜି ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। କରୋନା ଯୁଦ୍ଧରେ ଦେଶକୁ ସାହାଯ୍ୟ କରିବା ପାଇଁ ପିଏମ କେଆର୍ସ ଫଣ୍ଡ ଗଠନ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୂଳ ପୁଞ୍ଜି ଭାବେ କେତେ ଟଙ୍କା ଦାନ ଦେଇଥିଲେ, ତାହା ସାମ୍ନାକୁ ଆସିଛି। ପ୍ରକାଶ ପାଇଛି ଯେ, ଭାରତରେ କୋଭିଡ -୧୯ ସଙ୍କଟର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨.୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି।

ଗତକାଲି ଖବର ପ୍ରକାଶ ପାଇଥିଲା ଯେ, ମାର୍ଚ୍ଚ ୨୭ରେ ପ୍ରତିଷ୍ଠା ହୋଇଥିବା ପିଏମ କେଆର୍ସ ଫଣ୍ଡକୁ ମାତ୍ର ପାଞ୍ଚ ଦିନ ମଧ୍ୟରେ ୩,୦୭୬ କୋଟି ଟଙ୍କା ଆସିଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାନ କରିଥିବା ୨.୨୫ଲକ୍ଷ ଟଙ୍କା ୩,୦୭୬ କୋଟି ଟଙ୍କାରେ ମିଶାଯାଇ ନଥିବା ଜଣା ପଡ଼ିିଛି। ଏହି ଖବର ସାମ୍ନାକୁ ଆସିବା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ର ବହୁ ନେତା ପିଏମ କେଆର୍ସ ଫଣ୍ଡ ପାଇଁ ମୂଳ ପୁଞ୍ଜି ଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତିରୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଦାନ କରିଛନ୍ତି। ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ସରକାରୀ କର୍ମଚାରୀଙ୍କ ଝିଅମାନଙ୍କୁ ଶିକ୍ଷା ଦେବା ପାଇଁ ବ୍ୟକ୍ତିଗତ ସଞ୍ଚୟରୁ ୨୧ଲକ୍ଷ ଟଙ୍କା ଦାନ କରିଥିଲେ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ୨୦୧୫ପର୍ଯ୍ୟନ୍ତ ପ୍ରାପ୍ତ ଉପହାରର ନିଲାମ ଆରମ୍ଭ କରିଥିଲେ। ସୁରଟରେ ଆୟୋଜିତ ହୋଇଥିବା ଏକ ନିଲାମିରେ ୮.୩୫ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା, ସଂଗ୍ରହ ହୋଇଥିବା ଅର୍ଥ ନମାମି ଗଙ୍ଗେ ମିଶନକୁ ଦିଆଯାଇଥିଲା | ନିକଟରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ତାଙ୍କ ସ୍ମୃତି ଚିହ୍ନର ନିଲାମି କରି ୩.୪୦ କୋଟି ଟଙ୍କା ସଂଗ୍ରହ କରିଥିଲେ, ଯାହାକୁ ନମାମି ଗଙ୍ଗେକୁ ଦାନ କରାଯାଉଛି |

Prime Minister Donated Rs 2.25 Lakh From Own Pocket To PM-CARES: Officials ndtv

ଦକ୍ଷିଣ କୋରିଆରେ ସିଓଲ୍ ଶାନ୍ତି ପୁରସ୍କାର ପାଇବା ପରେ ସେ ତୁରନ୍ତ ଘୋଷଣା କରିଥିଲେ ଯେ ସେ ପୁରସ୍କାର ରାଶି ନମାମି ଗଙ୍ଗେ ପାଇଁ ଦାନ କରିବେ। ଏହାର ନିଲାମି ପରେ ମିଳିଥିବା ୧.୩କୋଟି ଟଙ୍କା ଗଙ୍ଗା ନଦୀକୁ ପରିଷ୍କାର କରିବା ପାଇଁ ଦାନ କରିଥିଲେ | ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁମ୍ବ ମେଲାର ପରିମଳ କର୍ମଚାରୀଙ୍କ କଲ୍ୟାଣ ପାଇଁ ନିଜ ସଞ୍ଚୟରୁ ୨୧ଲକ୍ଷ ଦାନ କରିଥିଲେ। ଏ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ୧୦୩କୋଟି ଟଙ୍କା ଦାନ କରି ସାରିଥିବା ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe