ରୁଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତି ଉପରେ ତୃତୀୟ ଉଚ୍ଚ ସ୍ତରୀୟ ବୈଠକ କଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ରୁଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତି ଉପରେ ତୃତୀୟ ଉଚ୍ଚ ସ୍ତରୀୟ ବୈଠକ କଲେ ପ୍ରଧାନମନ୍ତ୍ରୀ ମୋଦୀ

indiatoday

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଉ ଏକ ଉଚ୍ଚ ସ୍ତରୀୟ ବୈଠକ ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଟି ବୈଠକ କରିସାରିଥିବା ବେଳେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଆଣିବା ପାଇଁ କରାଯାଉଥିବା ଉଦ୍ୟମ ଉପରେ ସମୀକ୍ଷା କରିଛନ୍ତି। ଗତକାଲି ହୋଇଥିବା ବୈଠକରେ ଯୁଦ୍ଧ-ବିକ୍ଷତ ୟୁକ୍ରେନ୍‌ରୁ ଭାରତୀୟମାନଙ୍କୁ ସ୍ଥାନାନ୍ତରଣ ପାଇଁ ଚାଲିଥିବା ଅଭିଯାନ ପ୍ରକ୍ରିୟାରେ ସମନ୍ବୟ ରକ୍ଷା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ୪ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ୟୁରୋପୀୟ ଦେଶମାନଙ୍କୁ ପଠାଇବା ଲାଗି ନିଷ୍ପତ୍ତି ନେଇଥିଲେ।

ୟୁକ୍ରେନ୍‌ ସଙ୍କଟ ସମ୍ବନ୍ଧୀୟ ଗତକାଲି ଦ୍ବିତୀୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଡକାଯାଇଥିବା ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନ ଆଲୋଚ୍ୟ ବିଷୟ ଥିଲା ସେଠାରୁ ଭାରତୀୟ ନାଗରିକମାନଙ୍କୁ ସ୍ଥାନାନ୍ତର କରିବା। ଆଲୋଚନା ପରେ ସ୍ଥିର କରାଯାଇଥିଲା ଯେ, ସ୍ଥାନାନ୍ତରଣ ଅଭିଯାନରେ ସମନ୍ବୟ ରକ୍ଷା କରିବା ନିମନ୍ତେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଜ୍ୟୋତିରାଦିତ୍ୟ ସନ୍ଧିଆ, କିରେନ୍‌ ରିଜିଜୁ ଏବଂ ଜେନେରାଲ୍‌ ଭି.କେ. ସିଂହଙ୍କୁ ୟୁକ୍ରେନର୍‌ ପଡ଼ୋଶୀ ରା‌ଷ୍ଟ୍ରମାନଙ୍କୁ ପଠାଯିବ।

ଏହି ଉଚ୍ଚସ୍ତରୀୟ ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର, ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗ୍‌ଲା, ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍‌, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଆଇନ ଏବଂ ନ୍ୟାୟ ମନ୍ତ୍ରୀ କିରେନ୍‌ ରିଜିଜୁ ଉପସ୍ଥିତ ଥିଲେ। ତେବେ ଆଜିର ବୈଠକ ପରେ ପ୍ରଧାନମନ୍ତ୍ରୀ ଆଉ କେଉଁ ବଡ଼ ନିଷ୍ପତ୍ତି ନେବେ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe