କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ସମୟରେ ୩ଟି ଦାବି ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Advertisment
କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ସମୟରେ ୩ଟି ଦାବି ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଟି ଦାବି ଉଠାଇଥିବା ଜଣାଯାଇଛି। ସରକାରୀ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଧିକରୁ ଅଧିକ ନମୁନା ପରୀକ୍ଷା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଭିଡିଓ କନଫରେନ୍ସରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କ ସଂକ୍ରାନ୍ତରେ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ଓଡ଼ିଶା ତାଲାବନ୍ଦ ପ୍ରସଙ୍ଗ ଉଠାଇ ନାହିଁ ।

publive-image image source-daily hunt

ପ୍ରଥମତଃ  ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକମାନଙ୍କ ଯତ୍ନ ପାଇଁ ସଂପୃକ୍ତ ରାଜ୍ୟଙ୍କଠାରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାଛଡ଼ା ମୁଖ୍ୟମନ୍ତ୍ରୀ ଛାତ୍ର, ଶ୍ରମିକ ଓ ତୀର୍ଥଯାତ୍ରୀଙ୍କ ସହଜ ଫେରିବା ଲାଗି ଏସଓପି ଦାବି କରିଛନ୍ତି। ଏଥିଲାଗି ଜାତୀୟସ୍ତରରେ ଏକ ଏସଓପି କରିବାକୁ ଦାବି କରିଛନ୍ତି ସେ। ମେ ୩ ତାରିଖ ପରେ ଲକଡାଉନ୍ ଖୋଲିଲା ପରେ ସେମାନଙ୍କୁ ଅଣାଯିବାରେ ଅସୁବିଧା ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆମେ ସମସ୍ତେ ଏକତ୍ର କାମ ଚାଲୁ ରଖିବା। ବିଶ୍ବର ଏଭଳି ସ୍ଥିତିରେ ଭାରତ ତା’ର ଉପସ୍ଥିତି ଜାହିର କରିବ। ନୀତି ଆୟୋଗ ସଂସ୍କାରମୂଳକ ଉପାୟ କରିବ। ଜାତୀୟ ଲକ୍‌ଡାଉନ୍ ଜାରି ରହିବା ଉଚିତ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକଳାପକୁ ଅନୁମତି ମିଳିବା ଉଚିତ। ସାଧାରଣ ସମାବେଶ, ଧାର୍ମିକ ଓ ଶିକ୍ଷାନୁଷ୍ଠାନ ପୂର୍ଣ୍ଣରୂପେ ବନ୍ଦ ରହୁ। କେବଳ ରାଜ୍ୟ ମଧ୍ୟରେ ଆର୍ଥିକ କାର୍ଯ୍ୟକଳାପ ଚାଲୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe