ଆସମରେ ଭୂମିହୀନଙ୍କୁ ଜମି ପଟ୍ଟା ବଣ୍ଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisment
ଆସମରେ ଭୂମିହୀନଙ୍କୁ ଜମି ପଟ୍ଟା ବଣ୍ଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of Daily Excelsior

କୋଲ୍‌କାତା: ଜମିଜମାର ସ୍ୱୀକୃତି ପାଇବେ ବୋଲି ପ୍ରତିଶ୍ରୁତି ଦେବା ସହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମର ମୂଳ ଅଧିବାସୀମାନଙ୍କୁ ଜମି ପଟ୍ଟା ଆବଣ୍ଟନ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସ୍ୱାଧୀନତାର ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ଆସାମର ଏଭଳି ଲୋକେ ଜମିଜମା ସ୍ୱୀକୃତି ପାଇ ନ ଥିବା ଦୁଃଖର ବିଷୟ।

ଆଜି କୋଲ୍‌କାତା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଆସାମର ଶିବସାଗର ଜିଲ୍ଲା ଅନ୍ତର୍ଗତ ଜେରେଙ୍ଗା ପଥରରେ ପହଞ୍ଚି ଏକ କାର୍ଯ୍ୟକ୍ରମରେ ୧.୦୬ ଲକ୍ଷ ବ୍ୟକ୍ତିଙ୍କୁ ଜମିଜମା ପଟ୍ଟା ବଣ୍ଟନ କରିବା କାର୍ଯ୍ୟକ୍ରମ ଥିଲା।

ଶିବନଗରରେ ଆସାମର ମୁଖ୍ୟମନ୍ତ୍ରୀ ସର୍ବଣାନନ୍ଦ ସୋନୋଓ୍ଵାଲ୍‌ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଲୋକମାନଙ୍କ ପଟ୍ଟା ବଣ୍ଟନ କରିବା ସହ ପ୍ରଧାନମନ୍ତ୍ରୀ ଆସାମବାସୀଙ୍କୁ ନବବର୍ଷ ଏବଂ ଭୋଗଲି ବିହୁ ଉପଲକ୍ଷେ ଶୁଭକାମନା ଜଣାଇଥିଲେ।

publive-image Image Courtesy of NDTV

ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଦେଶ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ତମ ଜନ୍ମଦିବସ ପାଳନ କରୁଛି। ଆମେ ଆଜିର ଦିନକୁ ‘ପରାକ୍ରମ ଦିବସ’ ଭାବେ ପାଳୁଛନ୍ତି। ଆଜି ଲକ୍ଷାଧିକ ଭୂମିହୀନ ପରିବାର ଜମି ପଟ୍ଟା ପାଇଛନ୍ତି। ଆସମରେ ବିଜେପି ସରକାର ଗଢ଼ିବା ବେଳେ ପ୍ରାୟ ୬ ଲକ୍ଷ ଭୂମିହୀନ ଲୋକ ଥିଲେ। କିନ୍ତୁ, ସୋନୋଓ୍ଵାଲ୍‌ ସରକାର ଉକ୍ତ ଭୂମିହୀନ ଲୋକଙ୍କୁ ଜମି ପଟ୍ଟା ଯୋଗାଇ ଦେଉଛନ୍ତି। ୨.୨୫ ଲକ୍ଷ ଭୂମିହୀନ ଲୋକ ଜମି ପଟ୍ଟା ପାଇ ସାରିଛନ୍ତି ଏବଂ ଏବେ ୧ ଲକ୍ଷ ଲୋକଙ୍କୁ ଜମି ପଟ୍ଟା ଦିଆଯିବ।

ଆସାମର ଦ୍ରୁତ ବିକାଶ ଆମ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଏଠାକାର ଲୋକଙ୍କ ‘ଆତ୍ମବିଶ୍ୱାସ’ ଜରିଆରେ ହିଁ ‘ଆତ୍ମନିର୍ଭର ଆସାମ’କୁ ବାଟ ଫିଟାଇବ। ରାଜ୍ୟର ୪୦% ଜନତା କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ’ ଯୋଜନାରୁ ଉପକୃତ ହେଉଛନ୍ତି।
ସୂଚନାଯୋଗ୍ୟ କି, ଏ ବର୍ଷ ଆସାମରେ ବିଧାନସଭା ନିର୍ବାଚନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe